Advertisement

ମହାନଦୀରେ ବୁଡ଼ି ଚାଲିଗଲା ଜୀବନ

ବୌଦ୍ଧ, ୨୩।୩(ସ୍ବ.ପ୍ର): ବୌଦ୍ଧ ସହରର ଚନ୍ଦ୍ରଚୂଡ ଘାଟରେ ମହାନଦୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଚନ୍ଦ୍ରଚୂଡଘାଟକୁ ଜଣେ ଯୁବକ ଗାଧୋଇବାକୁ ଯାଇଥିବାବେଳେ ସେ ପାଣିରେ ବୁଡ଼ି ଯାଇଥିଲେ। ଉପସ୍ଥିତ ଲୋକେ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ ମଧ୍ୟ ଯୁବକଙ୍କୁ ଉଦ୍ଧାର କରିପାରି ନ ଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି ପରେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲେ। ଯୁବକଙ୍କ ପରିଚୟ ଜଣାପଡି ନ ଥିବା ବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share