Categories: ଜାତୀୟ

ୟୁଟ୍ୟୁବ ଭିଡ଼ିଓରୁ ୧ କୋଟି ଟଙ୍କା ରୋଜଗାର କଲେ ଯୁବକ: ଆୟକର ବିଭାଗ କଲା ଚଢାଉ

ବରେଲି,୧୭।୭: ଉତ୍ତର ପ୍ରଦେଶର ବରେଲିର ନବାବଗଞ୍ଜ ପୋଲିସ ଷ୍ଟେଶନ ଅଞ୍ଚଳ ଅନ୍ତର୍ଗତ ମିଲକ ପିଛୋଡା ନିବାସୀ ତସଲିମଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି। ଚଢାଉ ବେଳେ ତାଙ୍କ ଘରୁ ୨୪ ଲକ୍ଷ ଟଙ୍କା ଜବତ କରାଯାଇଛି। ଅଭିଯୋଗ ହୋଇଛି ଯେ, ତସଲିମ୍‌ ୟୁଟ୍ୟୁବ ମାଧ୍ୟମରେ ଭୁଲ ଭାବରେ ଟଙ୍କା ରୋଜଗାର କରୁଛନ୍ତି। ଅଭିଯୋଗ ପରେ ନବାବଗଞ୍ଜ ପୋଲିସ ଏବଂ ଆୟକର ବିଭାଗ ଚଢାଉ କରି ତାଙ୍କ ଘରୁ ୨୪ ଲକ୍ଷ ଟଙ୍କା ଜବତ କରାଯାଇଛି। ୟୁଟ୍ୟୁବର୍‌ ତସଲିମ୍‌ଙ୍କ ଭାଇ ଫିରୋଜ ସବୁ ଅଭିଯୋଗକୁ ଖଣ୍ଡନ କରି ତାଙ୍କ ଭାଇଙ୍କୁ ସୁଚିନ୍ତିତ ଷଡଯନ୍ତ୍ରରେ ଫସାଯାଉଛି ବୋଲି କହିଛନ୍ତି।
ଫିରୋଜ ତସଲିମ୍‌ଙ୍କ ୟୁଟ୍ୟୁବ ଚ୍ୟାନେଲର ମ୍ୟାନେଜର ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଫିରୋଜ କହିଛନ୍ତି, ମୋ ଭାଇ କୌଣସି ଭୁଲ କରିନାହାଁନ୍ତି। ସେ କେବଳ ୟୁଟ୍ୟୁବ୍‌ ଚ୍ୟାନେଲ ତିଆରି କରି ଟଙ୍କା ରୋଜଗାର କରିଛନ୍ତି। ଆମର ଟ୍ରେଣ୍ଡିଂ ହବ ୩.୦ ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ଅଛି ଏବଂ ଏହା ଷ୍ଟକ ମାର୍କେଟ ବିଷୟରେ ସୂଚନା ଦେଇଥାଏ। ଏହି ୟୁଟ୍ୟୁବ ଚ୍ୟାନେଲରୁ ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ୧,୨୦,୦୦,୦୦୦ ରୋଜଗାର କରିଛୁ। ଏଥିପାଇଁ ଆମେ ୪୦,୦୦୦୦ ଟଙ୍କା ଆୟକର ମଧ୍ୟ ଜମା କରିଛୁ। ମୁଁ ଏବଂ ମୋ ଭାଇ କୌଣସି ଭୁଲ କାମ କରୁନାହୁଁ। ଆମେ ଆମର ୟୁଟ୍ୟୁବ ଚ୍ୟାନେଲ ଚଳାଉ, ଯେଉଁଠାରୁ ଆମେ ଭଲ ରୋଜଗାର କରୁ, ଏହା ହେଉଛି ଏକମାତ୍ର ସତ୍ୟ।
ଅନ୍ୟପକ୍ଷରେ, ତସଲିମ ଏବଂ ଫିରୋଜଙ୍କ ପିତା ମୌସମ ଖାନ କହିଛନ୍ତି, ମୋ ପୁଅ ତସଲିମଙ୍କ ବିରୋଧରେ ଅଭିଯୋଗ ସମ୍ପୂର୍ଣ୍ଣ ଭୁଲ। ଗତକାଲି ଆସିଥିବା ଅନୁସନ୍ଧାନକାରୀ ଦଳ ସମସ୍ତ ଦଲିଲକୁ ସଠିକ ବୋଲି ଜାଣିଛନ୍ତି। ତସଲିମର ୟୁଟ୍ୟୁବ ଚ୍ୟାନେଲ ଦୀର୍ଘ ସମୟ ଧରି ଚାଲୁଥିଲା, ଏଥିରୁ ଆୟ ମଧ୍ୟ ହେଉଥିଲା। ଯେତେବେଳେ ଟଙ୍କା ଆସିଲା ସେ ବ୍ୟବସାୟକୁ ବଢାଇଲେ। ଏହି କାରଣରୁ କିଛି ଲୋକ ଇର୍ଷାପରାୟଣ ହୋଇ ଅଭିଯୋଗ କରିଥିଲେ।

Share