ବସ୍‌କୁ ଚଢ଼ିବା ସମୟରେ ଖସିପଡ଼ିଲେ ଯୁବକ

ହିଞ୍ଜିଳିକାଟୁ,୨୬ା୩(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବସ୍‌ଷ୍ଟାଣ୍ଡ ପରିସରରେ ବସ୍‌ ଚାଳକମାନଙ୍କ ମନଇଛା ଗାଡ଼ି ରଖିବା ଓ ଯାତ୍ରୀ ଉଠାଇବା ପ୍ରତିଯୋଗିତା କାରଣରୁ ବୁଧବାର ଗୋଡ଼ ଉପରେ ବସ୍‌ଚକା ମାଡ଼ି ଯିବାରୁ ଜଣେ ଗୁରୁତର ହୋଇଛନ୍ତି। ଅନ୍ୟପକ୍ଷରେ ବସ୍‌ ଚାଳକ ଓ କର୍ମଚାରୀମାନଙ୍କୁ ନିୟନ୍ତ୍ରିତ କରିବା ନେଇ ପୋଲିସର ବିଫଳତାରୁ ଜନ ଅସନ୍ତୋଷ ପ୍ରକାଶ ପାଇଛି। ବୁଧବାର ଏହି ଘଟଣା ପରେ ବସ୍‌ଷ୍ଟାଣ୍ଡ ପରିସରରେ ଅସନ୍ତୋଷ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି।

ପ୍ରକାଶ ଯେ, ଧରାକୋଟ ଥାନା ଜଗନ୍ନାଥପୁର ଶାସନ ଗ୍ରାମର ସୂର୍ଯ୍ୟ ନାରାୟଣ ମୁନି ଏକ ଘରୋଇ ବସ୍‌ରେ (ଓଡି୩୨ଇ ୩୧୫୫) ଉଠୁଥିବା ବେଳେ ଅନ୍ୟ ଏକ ବସ୍‌ ପଛପଟୁ ଆସୁଥିବା ଦେଖି ପ୍ରଥମ ବସ୍‌ ଚାଳକ ଗାଡ଼ିକୁ ଆଗକୁ ନେଇଯାଇଥିଲେ। ଫଳରେ ଭାରସାମ୍ୟ ହରାଇ ସୂର୍ଯ୍ୟ ନାରାୟଣ ତଳେ ପଡି ଯାଇଥିଲେ। ତାଙ୍କର ଗୋଡ଼ ଉପରେ ବସରେ ପଛ ଚକ ବଢ଼ିଯାଇଥିଲା। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୂର୍ଘଟଣାଗ୍ରସ୍ତ ଯାତ୍ରୀବାହୀ ବସକୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି। ଅନ୍ୟ ପକ୍ଷରେ କିଛି ଘରୋଇ ବସ ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ଉପରୁ ଗାଡ଼ିକୁ ନେଇ ନିକଟସ୍ଥ ଜାତୀୟ ରାଜପଥ- ୫୯ ଉପରେ ରାସ୍ତା ଅବରୋଧ ଦୀର୍ଘ ସମୟଧରି ଠିଆ କରାଉଛନ୍ତି। ଉକ୍ତ ରାସ୍ତାରେ ହୋଟେଲ ଓ ଅନ୍ୟାନ୍ୟ ବ୍ୟବସାୟ ପ୍ରତିଷ୍ଠାନ କାରଣରୁ ଜନଗହଳି ଲାଗିରହୁଛି। ଯାତ୍ରୀ ଉଠାଇବା ପ୍ରତିଯୋଗିତା ଓ ପଛ ଗାଡ଼ିକୁ ଆଗକୁ ନ ଯିବାକୁ ରାସ୍ତା ଅବରୋଧ କାରଣରୁ ବହୁ ସମୟରେ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣା ଘଟୁଛି। ଅନ୍ୟପକ୍ଷରେ ଗାଡ଼ି ଚାଳକ ଓ କର୍ମଚାରୀଙ୍କୁ ନିୟନ୍ତ୍ରିତ କରିବା ପାଇଁ ପୋଲିସ ନୀରବ ରହୁଛି। ଜନ ଅସନ୍ତୋଷ ପ୍ରକାଶ ପାଉଥିଲେ ମଧ୍ୟ ପୋଲିସର ଟ୍ରାଫିକ ସୁଧାରିବାରେ ସକ୍ଷମ ହେଉନାହିଁ। ଗତ କିଛିଦିନ ଧରି ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ପରିସରରେ କିଛି ବସ ଚାଳକ ଓ କର୍ମଚାରୀଙ୍କ ମନମୁଖୀ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମଧ୍ୟ ଲୋକମାନେ ଅସନ୍ତୋଷ ପ୍ରକାଶ ପାଇଛି। ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ହସ୍ତକ୍ଷେପ ପାଇଁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନାକଲେ ଅଧ୍ୟକ୍ଷ: ଆଗକୁ ବଢ଼ିବାକୁ…

ଭଞ୍ଜନଗର,୯।୪(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗ ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀଛାତ୍ରଙ୍କୁ ବୁଧବାର ବିଦାୟ ସମ୍ବର୍ଦ୍ଧନା...

ନାବାଳିକାଙ୍କୁ ବଳାତ୍କାର: ଆସିଲା ବଡ଼ ରାୟ

ଫୁଲବାଣୀ,୯।୪(ରାକେଶ କୁମାର ରାଉତ): ଜଣେ ନାବାଳିକା ବଳାତ୍କାର ମାମଲାର ବିଚାର କରି ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଅଭିଯୁକ୍ତଙ୍କୁ...

ତାତିଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ: ଦାୟିତ୍ୱ ନେଇଥିବା ସଂସ୍ଥାକୁ କତାଲିକାଭୁକ୍ତ କରିବାକୁ…

ଫୁଲବାଣୀ ଅଫିସ, ୯ା୪(ରାକେଶ କୁମାର ରାଉତ):  ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଦିନିକିଆ କନ୍ଧମାଳ ଜିଲା ଗସ୍ତରେ ଆସି ଜିଲାସ୍ତରୀୟ...

ଗୋଳାବାରୁଦ କାରଖାନାରେ ବିସ୍ଫୋରଣ: ଜଣେ କର୍ମଚାରୀ ଗୁରୁତର

ବଲାଙ୍ଗୀର,୯ା୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ବଡ଼ମାଳ ଗୋଳାବାରୁଦ କାରଖାନାରେ ବୁଧବାର ରାସାୟନିକ ଦ୍ରବ୍ୟ ମିଶ୍ରଣ ବେଳେ ବିସ୍ଫୋରଣ ଘଟି ଜଣେ ଚତୁର୍ଥ...

ନବଜାତ କନ୍ୟାକୁ ଫିଙ୍ଗିଦେଲେ, ନର୍ସରୀ ନିକଟରୁ ଉଦ୍ଧାର କରି…

ବଲାଙ୍ଗୀର,୯ା୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ନେଗୀପାଲି ନର୍ସରୀ ନିକଟରେ କେହି ଫିଙ୍ଗି ଦେଇଥିବା ନବଜାତ କନ୍ୟା ସନ୍ତାନକୁ ସ୍ଥାନୀୟ ଲୋକେ...

ମହୁଲ ମାଫିଆଙ୍କ ଗୁଣ୍ଡାଗିରି, ରାସ୍ତାରୁ ଛଡ଼ାଇ ନେଲେ ଜବତ ଗାଡ଼ି

ଉଦଳା,୯ା୪(ସନ୍ତେଷ କୁମର ବାଛିନି): ମହୁଲ ମାଫିଆଙ୍କ ଆତଙ୍କରାଜ। ସିନେମା ଭଳି କାଣ୍ଡ ଭିଆଇଲେ, ରାସ୍ତାରେ ଜବତ ଗାଡ଼ିକୁ ଅଟକାଇଲେ, ଡ୍ରାଇଭରଙ୍କୁ ମାଡ଼ ମାରି ଓହ୍ଲାଇ ଦେଲେ।...

ଗର୍ଭବତୀଙ୍କୁ ଆଣିବା ପାଇଁ ଯିବାବେଳେ ଓଲଟିଲା ଆମ୍ବୁଲାନ୍ସ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ଧାନବେଣୀ କପୁଣ୍ଡି ରାସ୍ତାର କପୁଣ୍ଡି ପଇଦା ବନ୍ଧ ନିକଟରେ ବୁଧବାର ଭାରସାମ୍ୟ ହରାଇ ୧୦୮ ଆମ୍ବୁଲାନ୍ସ...

ଘରେ କେହି ନ ଥିବାବେଳେ କଳାକନା ବୁଲାଇଲେ ଚୋର, ଲୁଟିନେଲେ…

ଅତାବିରା,୯ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଚକୁଳିଫାର୍ମରେ ବୁଧବାର ଏକ ବଡ଼ଧରଣର ଚୋରି ହୋଇଥିବା ଖବର ମିଳିଛି। ଘଟଣାସ୍ଥଳରେ ଅତାବିରା ପୋଲିସ ପହଞ୍ଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri