ମାନବିକତା ଦେଖାଇଲେ ଯୁବ ଗୋଷ୍ଠୀ

ଦେବଗଡ଼,୨୪।୯(ଡି.ଏନ୍‌.ଏ.): ଦେବଗଡ଼ ସହରାଞ୍ଚଳରେ ମାନବିକତା ଦେଖାଇଲେ ସ୍ବେଚ୍ଛାସେବୀ ଯୁବ ଗୋଷ୍ଠୀ। ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ଅସହାୟ ବୃଦ୍ଧଙ୍କ ମୃତ୍ୟୁ ପରେ ରୀତିନୀତିରେ ସ୍ମଶାନରେ କଲେ ଶବ ସତ୍କାର। ଖଇ କଉଡ଼ି ଠୁ ଯାବତୀୟ ସରଞ୍ଜାମ ସ୍ବତଃପ୍ରବୃତ ଯୋଗାଇ ଦେଲେ ମୁଖ୍ୟ ବଜାର ଛକର ବ୍ୟବସାୟୀ ବୃନ୍ଦ। ଅନେକ ସ୍ଥାନରେ ମୃତଦେହ ସତ୍କାର ପାଇଁ ନିଜ ପରିବାର ପରିଜନ ମଧ୍ୟ ପଛଘୁଞ୍ଚା ଦେଉଥିବାବେଳେ ଏହି ଦୃଶ୍ୟ ପୁଣି ଥରେ ପ୍ରମାଣିତ କରିଛି ଆଜି ମଧ୍ୟ ଅନେକ ନିସ୍ବାର୍ଥ ବ୍ୟକ୍ତି ବିଶେଷଙ୍କ ଯୋଗୁ ସମାଜରେ ବଞ୍ଚିଛି ମାନବିକତା। ଗତ ବୁଧବାର ରାତିରେ ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ୫ ନମ୍ବର ୱାର୍ଡ ବାସିନ୍ଦା କୁତାର୍ଥ ବେହେରା ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା। କୁତାର୍ଥ ସହରର ମୁଖ୍ୟ ବଜାରରେ ଥିବା ପ୍ରାୟ ଅନେକ ଦୋକାନୀଙ୍କ ପାଇଁ ଜଳଯୋଗାଣ ଭଳି କାର୍ଯ୍ୟ କରୁଥିବାବେଳେ ସହରର ବିଭିନ୍ନ ସ୍ଥାନରେ ବିଭିନ୍ନ କିସମର ବୃକ୍ଷ ରୋପଣ କରି ଜନସାଧାରଣଙ୍କ ମଧ୍ୟରେ ପରିଚିତ ହୋଇଥିଲେ। ବୃକ୍ଷ ରୋପଣର ନିଶା କୁତାର୍ଥଙ୍କୁ ଅନ୍ୟ ଏକ ପରିଚୟ ଦେଇଥିଲା। ତେବେ ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ମୁଖ୍ୟ ବଜାର ଛକରେ ଥିବା ଅନେକ ବ୍ୟବସାୟୀ କୃତାର୍ଥଙ୍କ ମୃତଦେହକୁ ସମ୍ମାନସହ ସତ୍କାର ପାଇଁ ପ୍ରସ୍ତୁତି କରି ଶୁକ୍ରବାର ମଧ୍ୟାହ୍ନରେ ବୁର୍ଲା ଡାକ୍ତରଖାନାରୁ ଏକ ଗାଡ଼ିରେ ମୃତଦେହକୁ ଦେବଗଡ଼ ଆଣିଥିଲେ। ପରେ ବଜାର ଛକରୁ ପ୍ରଧାନପାଟସ୍ଥିତ ସ୍ବର୍ଗ ଦ୍ୱାରକୁ ନେଇ ଅନ୍ତେଷ୍ଟିକ୍ରିୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଦ ମାଫିଆଙ୍କ ମାଡ଼ରେ ଏସ୍‌ଏଚ୍‌ଜି ମହିଳା ରକ୍ତାକ୍ତ: ଅଭିଯୁକ୍ତଙ୍କୁ ପୋଲିସ ଜାମିନରେ ଛାଡି ଦେବାରୁ ଗାଁରେ ଉତ୍ତେଜନା

ପାଟଣା ,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡା ବ୍ଲକ ଅନ୍ତର୍ଗତ ସିଲିପଦା ଗ୍ରାମରେ ସରପଞ୍ଚ ଜୟନ୍ତୀ ମୁଣ୍ଡାଙ୍କ ନେତୃତ୍ୱରେ ରବିବାର ଶତାଧିକ ମହିଳା ଗ୍ରାମରୁ...

ଦଣ୍ଡୁଆଙ୍କୁ ଧକ୍କା ଦେଲା ବାଇକ୍‌

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ଗାୟତ୍ରୀ ପ୍ରଜ୍ଞା ଶିଶୁମନ୍ଦିର ନିକଟରେ ସୋମବାର ଜଣେ ଦଣ୍ଡୁଆ ବାଇକ ଦୁର୍ଘଟଣାରେ...

ଛୋଟ ପୁଅ ପରେ ବାପାଙ୍କୁ ଆକ୍ରମଣ ଘଟଣା : ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଡା ଗ୍ରାମର ଜି. ଡୋରା ରେଡ୍ଡୀଙ୍କୁ ସୋମବାର ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ସୋଫିଆ ମିଶ୍ର ଗିରଫକରି...

ବିପର୍ଯ୍ୟୟ ପ୍ରଶମନ ପାଇଁ ମକ୍‌ ଡ୍ରିଲ୍‌

ରାଉରକେଲା,୭।୪(ବିପ୍ଳବ ରଞ୍ଜନ ଦାଶ): ଆର୍‌ଏସ୍‌ପିର ଅକ୍ସିଜେନ ପ୍ଲାଣ୍ଟ ବିଭାଗର ପ୍ରୋପେନ ପ୍ଲାଣ୍ଟ-୩ ପରିସରରେ ଗତ ୪ତାରିଖରେ ନ୍ୟାଶନାଲ ଡିଜାଷ୍ଟର ରେସ୍ପନ୍ସ ଫୋର୍ସ (ଏନ୍‌ଡିଆର୍‌ଏଫ) ଏବଂ ଆର୍‌ଏସ୍‌ପି...

ଗୋଟିଏ ପରିବାରର ତିନିଜଣ ଆତ୍ମହତ୍ୟା ଘଟଣା ରେଡ଼କ୍ରସ ଫଣ୍ଡରୁ ୯୦ ହଜାର ସହାୟତା

ଗଞ୍ଜାମ,୭ା୪(ବିଦ୍ୟାଧର ସାହୁ)-ଗଞ୍ଜାମ ଥାନା ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ପାଳିବନ୍ଧ ଗ୍ରାମର ଗୋଟିଏ ପରିବାରତ ତିନିଜଣ ମାଆ ଝିଅ ଓ ପୁଅ କୌଣସି କାରଣରୁ ବିଷ ପିଇ...

ଆଇପିଏଲ୍‌ରେ ଖେଳିବାକୁ ନେଇ ମୁହଁ ଖୋଳିଲେ ଧୋନୀ

ନୂଆଦିଲ୍ଲୀ,୭ା୪: କିମ୍ବଦନ୍ତୀ ମହେନ୍ଦ୍ର ସିଂ ଧୋନୀ ଆଗାମୀ ବର୍ଷ ଆଇପିଏଲ୍‌ରେ ଖେଳିବେ କି ନାହିଁ, ସେ ନେଇ ନିଷ୍ପତ୍ତି ନେବା ଲାଗି ତାଙ୍କ ପାଖରେ ୧୦...

ଓଡ଼ିଶା ଭିତରେ ପଶି ପଶ୍ଚିମବଙ୍ଗ ରାସ୍ତା ନିର୍ମାଣକୁ ବନ୍ଦ କଲେ ବିଧାୟକ ଗୌତମ ବୁଦ୍ଧ

ଭୋଗରାଇ, ୭।୪(ପ୍ରଦୀପ ଦାସ): ଆମେ ଓଡ଼ିଆ। ମା, ମାଟି ମାତୃଭାଷା ବିପନ୍ନ ହେଲେ ସୁରକ୍ଷା ପାଇଁ ଲଢ଼େଇକରି ବଞ୍ଚିବା ଶିଖିଛୁ। ଯୋଗ୍ୟ ସନ୍ତାନ ଭାବେ ଆମ...

ଇଶାନ୍ତ ଶର୍ମାଙ୍କୁ ଜରିମାନା

ହାଇଦ୍ରାବାଦ,୭ା୪: ରବିବାର ରାତିରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ ବେଳେ ଆଇପିଏଲ୍‌ ଆଚରଣ ସଂହିତା ଉଲ୍ଲଂଘନ କରିଥିବା ଅଭିଯୋଗରେ ଗୁଜରାଟ ଟାଇଟନ୍ସ ପେସର ଈଶାନ୍ତ ଶର୍ମାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image