ଦାଣ୍ଡିଆ ପ୍ରତି ବଢ଼ୁଛି ଯୁବ ବର୍ଗଙ୍କ ଆଗ୍ରହ: ୪ ଦିନିଆ ଦାଣ୍ଡିଆ କାର୍ଣ୍ଣିଭାଲ ଉଦ୍‌ଯାପିତ

ଭୁବନେଶ୍ୱର,୨୩।୧୦(ଅଭୟ ଦାଶ): ନେଟୱର୍କ ଇଭେଣ୍ଟ ଆଣ୍ଡ ପ୍ରମୋଶନ ଏବଂ କ୍ରିଷ୍ଟାଲ କ୍ରାଉନର ମିଳିତ ସହଯୋଗରେ ଆୟୋଜିତ ୪ ଦିନିଆ ଦାଣ୍ଡିଆ କାର୍ଣ୍ଣିଭାଲ-୨୦୨୩ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଅକ୍ଟୋବର ୨୦ରୁ ଆରମ୍ଭ ହୋଇଥିବା ଉକ୍ତ କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହୋଇଛି ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ବିଶେଷ କରି ପ୍ରଥମ ଥର ପାଇଁ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରି ଆମେ ବେଶ ଉତ୍ସାହିତ ଅଛୁ ଏପରିକି ସବୁ ବର୍ଗର ଲୋକ ଏହାର ଆନନ୍ଦ ଉଠାଇବା ସହ ଭଳିକି ଭଳି ଖାଦ୍ୟର ମଜା ନେଇଥିଲେ।
ଏ ସମ୍ପର୍କରେ ନେଟୱର୍କ ଇଭେଣ୍ଟ ଆଣ୍ଡ ପ୍ରମୋଶନର ଏମଡି ଚନ୍ଦନ ନାୟକ କହିଥିଲେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥଲେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମର ଚାହିଦା ଓ ଯୁବ ବର୍ଗଙ୍କ ଆଗ୍ରହ ଦେଖିବାକୁ ମିଳିଥିଲା ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଥିଲେ।
ସେହିଭଳି ଦାଣ୍ଡିଆ କାର୍ଣ୍ଣିଭାଲ ସମ୍ପର୍କରେ କ୍ରିଷ୍ଟାଲ କ୍ରାଉନର ନିର୍ଦ୍ଦେଶକ ସୂର୍ଯ୍ୟ ପରିଡାଙ୍କ ସମେତ ଜିଏମ୍‌ ପ୍ରକାଶ ମଙ୍ଗରାଜ ସୂଚନା ଦେଇଥିଲେ।

Share