Advertisement

ପୋଲିସକୁ ଦେଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ

ସାଲେପୁର,୮ା୩: କଟକ ଜିଲା ଜଗତପୁର ଥାନା ବାରଗଡ଼ିଆରେ ବାଲି ଉଠାଇବା ରେଡ୍‌ରୁ ଅଘଟଣ ଘଟିଛି। ଖଣି ବିଭାଗ ଓ ପୋଲିସର ଚଢ଼ାଉ ବେଳେ ଡରିକୁ କିଛି ଯୁବକ ମହାନଦୀକୁ ଡେଇଁ ପଡ଼ିଥିଲେ। ଏଥିରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଜଣେ ନିଖୋଜ ଅଛନ୍ତି। ଗତକାଲି ବିଳମ୍ବିତ ରାତିରେ ବାଲି ଉଠାଣ ବେଳେ ଚଢ଼ାଉ ହୋଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share