କିସ୍ତି ଟଙ୍କା ନ ବାନ୍ଧିବାରୁ ଯୁବକଙ୍କୁ ହତ୍ୟା

ଜୟପୁର,୧୪ା୮(ପବନ ପାଣିଗ୍ରାହୀ):ଫାଇନାନ୍ସ ଟଙ୍କା କିସ୍ତି ନ ବାନ୍ଧିବାରୁ କୋରାପୁଟ ଜିଲା ଜୟପୁରରେ ଜଣେ ଯୁବକଙ୍କୁ ହତ୍ୟା କରାଯିବା ଘଟଣା ସାମ୍ନାକୁ ଆସିଛି। ଚିକିତ୍ସାଧୀନ ଅବସ୍ଥାରେ ଯୁବଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜୟପୁର ଭେଟନାରି କଲୋନୀର ବିପିନ ବାହାଦୁର(୪୨) । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ଏହି ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।

ମିଳିଥିବା ସୂଚନା ମୁତାବକ, ଭେଟନେରି କଲୋନୀର ବିପିନ ଏକ କାର୍‌ ଫାଇନାନ୍ସରେ ଆଣିଥିଲେ। ଟାଟା ଫାଇନାନ୍ସରୁ ଆଣିଥିବା କାର ବାବଦ ୨ଟି କିସ୍ତି କୌଣସି କାରଣବଶତଃ ବିପିନ ବାନ୍ଧି ପାରି ନ ଥିଲେ। ଏନେଇ କମ୍ପାନୀ ଏଜେଣ୍ଟ ପ୍ରତ୍ୟୁଷ ଦାସଙ୍କ ସହ ବିପିନଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ପ୍ରତ୍ୟୁଷ ଗତ ୧୨ ତାରିଖରେ ଡ୍ୟୁଟିରେ ଯାଉଥିବା ବିପିନଙ୍କୁ ପାଓ୍ବାର ହାଉସ ନିକଟସ୍ଥ ମହାଦେବ ଷ୍ଟକୟାର୍ଡଠାରେ ଏକ ଛୁରିରେ ଆକ୍ରମଣ କରିଥିଲେ। ଫଳରେ ବିପିନ ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ଜୟପୁର ଜିଲା ଚିକିତ୍ସାଳୟ ନିଆଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସୋମବାର ବିପିନଙ୍କ ମୃତ୍ୟୁ ହୋଇଛି। ବିପିନଙ୍କ ଭାଇ ଯକ୍ଷ ବାହୁଦୁର ଟାଉନ ଥାାନାରେ ଲିଖିତ ଅଭିଯୋଗ କରିଛନ୍ତି। ବିଶାଖାପାଟଣାରେ ମୃତଦେହ ବ୍ୟବଚ୍ଛେଦ ହୋଇଛି। ଘଟଣା ପରଠାରୁ ଅଭିଯୁକ୍ତ ପ୍ରତ୍ୟୁଷ ଫେରାର ଅଛନ୍ତି। ତାଙ୍କୁ ଧରିବା ପାଇଁ ପୋଲିସ ୩ଟି ଟିମ୍‌ ଗଠନ କରିଛି। ଏପରି କି ପୋଲିସ ଟିମ୍‌ ବିଭିନ୍ନ ସ୍ଥାନରେ ଛାନଭିନ୍‌ ଚଳାଇଥିବା ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର କହିଛନ୍ତି।

Share