ସୁନ୍ଦରଗଡ଼ରେ ଯୁବକଙ୍କୁ ହତ୍ୟା

ହେମଗିର,୧।୧୦( ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଟାଙ୍ଗରଡିହିରେ ମଙ୍ଗଳବାର ଜଣଙ୍କୁ ଇଟାରେ ଛେଚି ହତ୍ୟା କରାଯାଇଛି। ମୃତକ ହେଲେ ଟାଙ୍ଗରଡିହି ଗ୍ରାମର କରୁଣା ସିଂ(୨୭)। ଘଟଣାସ୍ଥଳରେ ହେମଗିର ପୋଲିସ ପହଞ୍ଚି ମୃତଦେହ ଜବତ କରିଛି। ଏ ନେଇ ଥାନାରେ ଏକ ମାମଲା (ନଂ.୪୩୩/୨୪) ରୁଜୁ ହୋଇଛି।

ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୋଲିସ ସୂଚନା ଅନୁସାରେ, ଗତ ୩୦ ତାରିଖ ସୋମବାର ସନ୍ଧ୍ୟାରେ କରୁଣା ସିଂ ଓ ଅଭିଯୁକ୍ତଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ଅଭିଯୁକ୍ତ ଉତ୍ତ୍ୟକ୍ତ ହୋଇ ଏକ ଇଟାରେ କରୁଣାଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିଲେ।

Share