Categories: ଜାତୀୟ

କୋର୍ଟ କ୍ୟାମ୍ପସ୍‌ ନିକଟରେ ଯୁବକଙ୍କୁ ହତ୍ୟା

କୋଏମ୍ବାଟୁର,୧୩।୨: ତାମିଲନାଡୁର କୋଏମ୍ବାଟୁର କୋର୍ଟ କ୍ୟାମ୍ପସ୍‌ ନିକଟରେ ଜଣେ ୨୪ ବର୍ଷୀୟ ଯୁବକଙ୍କୁ ସୋମବାର ଅପରାହ୍ନରେ ହତ୍ୟା କରାଯାଇଛି। ଏକ ଅଜଣା ଗ୍ୟାଙ୍ଗ ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ଏହାକୁ ନେଇ କୋଏମ୍ବାଟୁର ସହର ମଧ୍ୟଭାଗରେ ଥିବା ଗୋପାଳପୁରମ୍‌ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି। ଜି. ଗୋକୁଳ ନାମକ ଯୁବକ ଜଣକ ଏକ ହତ୍ୟା ମାମଲା ଶୁଣାଣି ପାଇଁ କୋର୍ଟରେ ହାଜର ହେବାକୁ ଆସୁଥିବା ବେଳେ ତାଙ୍କ ଫାଟକଠାରୁ ଅଳ୍ପ କେତେମିଟର ଦୂରରେ ହତ୍ୟା କରାଯାଇଥିଲା। ଆକ୍ରମଣକାରୀମାନେ ମାସ୍କ ପିନ୍ଧିଥିବାରୁ ସେମାନଙ୍କୁ ଚିହ୍ନଟ କରାଯାଇପାରି ନାହିଁ। ଗୋକୁଳଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିବା ତାଙ୍କ ବନ୍ଧୁ ମନୋଜ ଗୁରୁତର ଆହତ ହୋଇ କୋଏମ୍ବାଟୁର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

Share