ରକ୍ତମୁଖା ମାଓବାଦୀ: ପୋଲିସ ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

ଫୁଲବାଣୀ/କୋଟଗଡ଼/ବାଲିଗୁଡ଼ା,୨୭ା୫(ରାକେଶ କୁମାର ରାଉତ/ସରୋଜ ବଳିୟାର ସିଂ/ସଞ୍ଜୟ କୁମାର ପାଣିଗ୍ରାହୀ)
କନ୍ଧମାଳ ଜିଲା କୋଟଗଡ଼ ବ୍ଲକରେ କିଛିଦିନର ନିରବତା ପରେ ଲାଲବାହିନୀ ରକ୍ତମୁଖା ହୋଇଉଠିଛି। ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ମାଓବାଦୀମାନେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଘରଠାରୁ କିଛି ଦୂରରେ ଯୁବକଙ୍କୁ ହତ୍ୟା କରିବା ପରେ ଧମକପୂର୍ଣ୍ଣ ପୋଷ୍ଟର ଛାଡ଼ିଯାଇଛନ୍ତି। ସିପିଆଇ ମାଓବାଦୀ ବାଘୁନା ଡିଭିଜନାଲ କମିଟି ଯୁବକଙ୍କୁ ହତ୍ୟା କରିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ହତ୍ୟାର ଶିକାର ହୋଇଥିବା ଯୁବକ ହେଉଛନ୍ତି କୋଟଗଡ଼ ଥାନା ଦୁର୍ଗାପାଙ୍ଗା ପଞ୍ଚାୟତ ବାଡ଼ିପଙ୍ଗା ଗାଁର ମେଟଲା ରଇତ।

ବାଡ଼ିପଙ୍ଗା ଗାଁର ମେଟଲାଙ୍କୁ ପୋଲିସ ଇନ୍‌ଫର୍ମର ସନ୍ଦେହରେ ଗତ ଶନିବାର ରାତିରେ ୧୨ରୁ ୧୫ ସଶସ୍ତ୍ର ମାଓବାଦୀ ଘରୁ ଡାକି ନେଇଥିଲେ। ପରେ ତାଙ୍କର କୌଣସି ପତ୍ତା ମିଳି ନ ଥିଲା। ସୋମବାର ସକାଳୁ ତାଙ୍କ ମୃତଦେହକୁ ଏକ ପଲିଥିନ ଜରିରେ ଗୁଡ଼ାଇ ଗାଁ ଅଙ୍ଗନୱାଡି କେନ୍ଦ୍ର ପାଖରେ ଫିଙ୍ଗି ଚାଲିଯାଇଥିଲେ। ଗ୍ରାମବାସୀ ସକାଳେ ଦେଖି କୋଟଗଡ ଥାନାକୁ ସୂଚନା ଦେଇଥିଲେ। ମୃତଦେହରେ ଥିବା କ୍ଷତଚିହ୍ନକୁ ଦେଖି ଜଣାପଡୁଛି ଯେ, ମାଓବାଦୀମାନେ ମେଟଲାଙ୍କୁ ବହୁ ନିର୍ଯାତନା ଦେବା ପରେ ହତ୍ୟା କରିଛନ୍ତି।

ପୋଲିସ ମୃତଦେହ ଜବତ କରି ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି। ମେଟଲା କନ୍ଧମାଳ ଜିଲାର ଜଣେ କନ୍ଧ ପୁଅ ଥିଲେ। ସେ ପ୍ରାୟ ମାସେ ପୂର୍ବରୁ ବିବାହ କରିଥିଲେ। ନିଜ ଅଞ୍ଚଳରେ ଚାଲୁଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ମୁନ୍‌ସି ତଥା ଚାଷବାସ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ। ଏଭଳି ନିର୍ଦ୍ଦୋଷ ଲୋକଙ୍କୁ ପୋଲିସ ଖବରଦାତା ନାଁରେ ନିର୍ମମ ହତ୍ୟାକୁ ପୋଲିସ ନିନ୍ଦା କରୁଛି।

କନ୍ଧମାଳ ପୋଲିସକୁ ମେଟଲା କୌଣସି ପ୍ରକାର ଖବର ଦେଇନାହାନ୍ତି। ଏହା ମାଓବାଦୀଙ୍କ ଏକ ଚକ୍ରାନ୍ତ। ଉନ୍ନୟନମୂଳକ କାର୍ଯ୍ୟକୁ ବିରୋଧ ମାଓବାଦୀମାନେ ନିରୀହ ଲୋକଙ୍କୁ ଭୟଭୀତ କରିବାର ଉଦ୍ୟମ କରିଛନ୍ତି। ପୋଲିସ ପକ୍ଷରୁ ମାଓବାଦୀଙ୍କ ବିରୋଧରେ ଅଭିଯାନ ତଥା ସର୍ଚ୍ଚ ଅପରେଶନ ଜାରି ରହିବ ବୋଲି କନ୍ଧମାଳ ଏସ୍‌ପି ଶୁଭେନ୍ଦୁ ପାତ୍ର ଏକ ପ୍ରେସ୍‌ ବିବୃତିରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri