Categories: ଜାତୀୟ

ଯୁବବର୍ଗ ପଢ଼ନ୍ତୁ ଗୀତା: ମୋଦି

ନୂଆଦିଲ୍ଲୀ,୧୧।୩: ଗୀତା ମନୁଷ୍ୟଙ୍କୁ ପରୋପକାର କରିବାର ମାର୍ଗ ପ୍ରଦର୍ଶିତ କରାଇଥାଏ। ମାନବତାର କଲ୍ୟାଣ ପାଇଁ କିଛି ନୂଆ କରିବା ଲାଗି ଗୀତା ପ୍ରେରଣା ଦେଇଥାଏ। ଭିଡ଼ିଓ କନଫରେନ୍ସିଂରେ ସ୍ବାମୀ ଚିଦ୍‌ଭାବାନନ୍ଦଙ୍କ ଶ୍ରୀମଦ୍‌ ଭଗବଦ୍‌ ଗୀତାର କିଣ୍ଡଲେ ଭର୍ସନର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କହିଛନ୍ତି। ଗୀତାର ଉଲ୍ଲେଖ ହୋଇଥିବା ନୀତିବାଣୀ ଆଧାରରେ ଭାରତ ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବା କରୋନା ଟିକା ଅନ୍ୟ ଦେଶଙ୍କ ପାଖରେ ପହଞ୍ଚାଇ ପରୋପକାରର ମାର୍ଗକୁ ପ୍ରଶସ୍ତ କରିଛ। ଦେଶର ଯୁବବର୍ଗ ଗୀତା ପଢ଼ିବା ଆବଶ୍ୟକ। ଏଥିରୁ ସେମାନଙ୍କୁ ବହୁ ପ୍ରେରଣା ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share