ଦେହରେ ନିଆଁ ଲଗାଇ ଯୁବକଙ୍କ ମୃତ୍ୟୁ ମାମଲା: ନିଲମ୍ବିତ ହେଲେ ତହସିଲଦାର

ନୂଆପଡ଼ା ଅଫିସ,୧୭ା୩: ଜମି ବିକ୍ରି କରିବାକୁ ସହଯୋଗ ନ ମିଳିବାରୁ ନୂଆପଡ଼ା ସଦର ବ୍ଲକ ଜୋଙ୍କ ଥାନା ଆମସେନା ପଞ୍ଚାୟତ କଲ୍ୟାଣପୁର ଗ୍ରାମର ଜଗଦୀଶ ଚୌହାନ (୩୬) ସଦର ତହସିଲ କାର୍ଯ୍ୟାଳୟରେ ପେଟ୍ରୋଲ ଢାଳି ଦେହରେ ନିଅଁା ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଜିଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ନୂଆପଡ଼ା ସଦର ତହସିଲଦାର ଦେବେନ୍ଦ୍ର ରାଉତଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଏନେଇ ନୂଆପଡ଼ା ଜିଲାପାଳ ହେମକାନ୍ତ ସାଏ ପ୍ରକାଶ କରିଛନ୍ତି।

Share