ବିକଶିତ ଓଡିଶା ଗଠନ ପାଇଁ ଯୁବସମାଜ ଆଗେଇ ଆସିବା ଜରୁରୀ: ରାଜସ୍ବ ମନ୍ତ୍ରୀ

ସୁନ୍ଦରଗଡ,୨୬।୧(ଜୟ ନାରାୟଣ ମେଣ୍ଡୁଳି): ଜିଲା ସ୍ତରୀୟ ୭୬ତମ ସାଧାରଣ ଦିବସ ଦିବସ ସମାରୋହ ସୁନ୍ଦରଗଡ ଜିଲାରେ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ଜିଲା ସଦର ମହକୁମାସ୍ଥିତ ସୁନ୍ଦରଗଡ ସରକାରୀ କଲେଜ ପଡିଆରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ କୁମାରୀ ପୂଜାରୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡରେ ଅଭିଭାଦନ ଗ୍ରହଣ କରିଥିଲେ। ପ୍ରାରମ୍ଭରେ ମୁଖ୍ୟ ଅତିଥି ବରପୂତ୍ରମାନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ମନ୍ତ୍ରୀ ତାଙ୍କ ଅଭିଭଷଣରେ ରାଷ୍ଟ୍ରର ପ୍ରତ୍ୟେକ ନାଗରିକ ଆଧୁନିକ ଭାରତର ନିର୍ମାଣର ଜଣେ ଜଣେ କାରିଗର। ବିଶେଷକରି ଛାତ୍ର ଓ ଯୁବସମାଜ ବିକଶିତ ଓଡିଶା, ବିକଶିତ ଭାରତ ନିର୍ମାଣରେ ଜଣେ ଜଣେ ସଫଳ ବିନ୍ଧାଣି ହେବାକୁ ଆହ୍ବାନ ଦେଇଥିଲେ।
ସେ ଆହୁରି କହିଥିଲେ ଯେ, ଆଦିବାସୀ ବହୁଳ ସୁନ୍ଦରଗଡ ଜିଲା କେବଳ ଏକ ଶିଳ୍ପ ସମୃଦ୍ଧ ଜିଲା ଭାବେ ନୁହେଁ କ୍ରୀଡା,କଳା,ସାହିତ୍ୟ ଓ ବିଭିନ୍ନ କ୍ଷେତ୍ରରେ ସୁନାମ ରହିଛି। ଦେଶର ସ୍ବାଧୀନତା ଆନ୍ଦୋଳନ ମଧ୍ୟ ଏହି ମାଟିର ବୀର ସଂଗ୍ରାମୀଙ୍କ ଅବଦାନ ରହିଛି। ଜିଲାର ବିକାଶ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସହ ଜିଲା ଖଣିଜ ପ୍ରତିଷ୍ଠାନ ପ୍ରତିଷ୍ଠାନ ପାଣ୍ଠିରୁ ସହାୟତା ଯୋଗାଇ ଦିଆଯାଇଛି ବୋଲି କହିଥିଲେ। ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରମାନେ ଚିତାକର୍ଷକ ପରେଡ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲ। ଏଥିସହ ବିଭିନ୍ନ ପ୍ରତିଯୋଗିତା ଓ ଶ୍ରେଷ୍ଠ ପରେଡ ଦଳକୁ ମୁଖ୍ୟ ଅତିଥି ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ। ଏହାପରେ ଭୂମିହୀନ ମାନଙ୍କୁ ଜମି ପଟ୍ଟା ବଣ୍ଟନ କରିଥିଲେ।
ଏହି ସମାରୋହରେ ଏସପି ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲାପାଳ ରବି ନାରାୟଣ ସାହୁ,ଅଭିମନ୍ୟୁ ମାଝିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସମାରୋହକୁ ଶେଷଦେବ ନନ୍ଦ ଉସବ ପରିଚାଳନା କରିଥିଲେ। ରିଜର୍ଭ ଇନିସପେକ୍ଠର ଭୋଳାନାଥ ଭୋଇ ପରେଡ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସେଲିବ୍ରିଟିଙ୍କୁ ମହାକାଶ ପଠାଇଲା ବ୍ଲୁ ଅରିଜିନ୍‌

ଓ୍ବାଶିଂଟନ,୧୪।୪:ପପ୍‌ ଗାୟିକା କେଟି ପେରୀ ଏବଂ ଆମେରିକୀୟ ଟିଭି ବ୍ୟକ୍ତିତ୍ୱ ଗେଲେ କିଙ୍ଗ୍‌ଙ୍କ ସମେତ ୬ ମହିଳା ସେଲିବ୍ରିଟିଙ୍କୁ ନେଇ ଜେଫ୍‌ ବେଜୋସ୍‌ଙ୍କ ବ୍ଲ୍ୟୁ ଅରିଜିନ୍‌ର...

ଜେନେଭାରେ ନିଲାମ ହେବ ଭାରତର ଦୁର୍ଲଭ ହୀରା

ଜେନେଭା, ୧୪।୪:ଭାରତର ରାଜକୀୟ ଐତିହ୍ୟକୁ ଦର୍ଶାଉଥିବା ବିରଳ ‘ଦି ଗୋଲକୋଣ୍ଡା ବ୍ଲ୍ୟୁ’ ହୀରାର ନିଲାମ ହେବାକୁ ଯାଉଛି। ଆସନ୍ତା ମେ ୧୪ରେ ସୁଇଜରଲାଣ୍ଡର ଜେନେଭାସ୍ଥିତ ‘କ୍ରିଷ୍ଟିଜ୍‌...

ସ୍କୁଟି ବାଇକ୍‌ ଧକ୍କାରେ ଜଣେ ମୃତ, ୩ ଗୁରୁତର

ଆସିକା, ୧୪ା୪ (ସୁରେନ୍ଦ୍ର ନାଥ ସାହୁ): ଆସିକା-ଭଞ୍ଜନଗର ମୁଖ୍ୟ ରାସ୍ତାର ଆସିକା ଥାନା ଅନ୍ତର୍ଗତ ବାଲିସିରା ଛକ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ...

୪୮ ହଜାର ଟଙ୍କାରୁ ଅଧିକ ବିଦ୍ୟୁତ ବିଲ ଆସୁଥିଲେ କଟିଯିବ ପେନସନ

ଜୟପୁର,୧୪।୪: ରାଜସ୍ଥାନ ସରକାର ଏକ ବଡ଼ ଏବଂ ବହୁଚର୍ଚ୍ଚିତ ନିଷ୍ପତ୍ତି ନେବାକୁ ଯାଉଛନ୍ତି, ଯାହା ଦ୍ୱାରା ହଜାର ହଜାର ପେନସନଭୋଗୀଙ୍କ ନିଦ ହଜାଇପାରେ। ଏବେ ବାର୍ଷିକ...

ଭାଜପା ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଭାଜପା ତରଫରୁ ବ୍ଲକ୍‌ସ୍ତରୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଜୟନ୍ତୀ ଡୁମୁରିଆ ପଞ୍ଚାୟତ ନୂଆଗାଁରେ...

ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): ମହା ବିଷୁବ ସଂକ୍ରାନ୍ତି, ଶ୍ରୀ ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ସକାଶେ ସୋମବାର କେନ୍ଦୁଝର ଜିଲା ପାଟଣା ଅଞ୍ଚଳର ହନୁମାନ...

ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ

ନୂଆପଡ଼ା,୧୪ା୪ (ମକାରୁ ବେମାଲ) ଓଡ଼ିଆ ପକ୍ଷ ପାଳନର ସୋମବାର ଶେଷ ଦିନରେ ନୂଆପଡା ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସୋମବାର ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ...

ବି. ଆର୍‌. ଆମ୍ବେଡକରଙ୍କ ଜୟନ୍ତୀ ପାଳିତ

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଉନ ହଲରେ ସୋମବାର ସନ୍ଧ୍ୟାରେ ଭାରତ ରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଡକରଙ୍କ  ଜୟନ୍ତୀ ପାଳିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image