ମୂଷାମରା ଔଷଧ ଖାଇ ଜୀବନ ହାରିଲେ ଯୁବକ

ଗୋପାଳପୁର,୩୧ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅଧୀନ ସିନ୍ଧିଗାଁରେ ଜଣେ ଯୁବକ ମୂଷାମରା ଔଷଧ ଖାଇ ଆତ୍ମହତ୍ୟା କରିଥିବା ବୁଧବାର ଅଭିଯୋଗ ହୋଇଛି। ମୃତକ ହେଲେ ଆର୍‌. କ୍ରିଷ୍ଣା ରେଡି(୨୩)। କ୍ରିଷ୍ଣା କୋଣସି କଥାକୁ ନେଇ ମାନସିକ ଚିନ୍ତାରେ ରହୁଥିଲେ। ମଧ୍ୟରାତିରେ ହଠାତ୍‌ କ୍ରିଷ୍ଣା ବାନ୍ତି କରିଥିଲେ। ପରେ କ୍ରିଷ୍ଣା ପରିବାର ଲୋକଙ୍କୁ ମୂଷାମରା ଔଷଧ ଖାଇ ଦେଇଥିବା କହିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ବୁଧବାର ଭୋରରେ ଚିକିତ୍ସାଧୀନ ଅବସ୍ଥାରେ କ୍ରିଷ୍ଣାଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଗୋପାଳପୁର ଥାନା ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ଏନେଇ ପୋଲିସ ଏକ ମାମଲା(ନଂ. ୯/୨୩) ରୁଜୁ କରି ତଦନ୍ତ ଚଳାଇଛି।

Share