ଆଜି ଯୁବ ସମ୍ମିଳନୀ: ସୋନୁ, ରିକି ମୁଖ୍ୟ ଆକର୍ଷଣ

ସାରା ବିଶ୍ୱ ପାଇଁ ଜଳବାୟୂ ପରିବର୍ତ୍ତନ ଏବେ ଆହ୍ବାନ ସୃଷ୍ଟି କରୁଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ ହୋଇ ଅନ୍ୟମାନଙ୍କୁ ଏକ୍ଷେତ୍ରରେ ସହଭାଗୀ କରାଇପାରିବେ ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍‌ କନ୍‌କ୍ଲେଭ୍‌’। ଚଳିତବର୍ଷର ପ୍ରସଙ୍ଗ ରହିଛି ‘କ୍ଲାଇମେଟ୍‌ ଚେଞ୍ଜ: ଦି ପାଥ୍‌ ଆହେଡ୍‌’। ରାଜ୍ୟର ଯୁବପିଢ଼ିଙ୍କ ମଧ୍ୟରେ ଜଳବାୟୂ ପରିବର୍ତ୍ତନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସଚେତନତା କରିବା ପାଇଁ ଶୁକ୍ରବାର ‘ଯୁବ ସମ୍ମିଳନୀ’ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ। ‘ଧରିତ୍ରୀ’ର ୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ହେବାକୁ ଥିବା ଏହି ୟୁଥ୍‌ କନ୍‌କ୍ଲେଭ୍‌ରେ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଯୁବ ପରିବେଶବିତ୍‌ମାନେ ଯୋଗଦେବେ। ଦୁଇଟି ଅଧିବେଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଥମ ଅଧିବେଶନରେ ‘ଫରେଷ୍ଟ ମ୍ୟାନ୍‌ ଅଫ୍‌ ଇଣ୍ଡିଆ’ ବା ଭାରତର ଅରଣ୍ୟ ମାନବ ଭାବେ ପରିଚିତ ଯାଦବ ପାୟେଙ୍ଗ ଯୋଗଦେବେ। ଯାହାଙ୍କୁ ଶୁଣିବା ପାଇଁ ସମସ୍ତଙ୍କ ମଧ୍ୟରେ ଉତ୍ସାହ ରହିଛି। ଏଥିରେ ଯୁବ ପରିବେଶବିତ୍‌ ବିହାରର ସ୍ନେହା ଶାହି ଯୋଗଦେବେ। ଭାରତର ୧୭ଜଣ ୟୁଏନ୍‌ ୟଙ୍ଗ୍‌ କ୍ଲାଇମେଟ୍‌ ଚାମ୍ପିୟନଙ୍କ ମଧ୍ୟରେ ସ୍ନେହା ଅନ୍ୟତମ। ବର୍ତ୍ତମାନ ନଦୀର ପୁନରୁଦ୍ଧାର କରିବା ଲକ୍ଷ୍ୟ ନେଇ ସେ କାର୍ଯ୍ୟ କରୁଛନ୍ତି। ସେହିଭଳି ନଦୀ ପୁନରୁଦ୍ଧାର ଉପରେ କାର୍ଯ୍ୟ କରୁଥିବା ଯୁବ ପରିବେଶବିତ୍‌ ଅରୁଣ କ୍ରିଷ୍ଣମୂର୍ତ୍ତି ଯୋଗଦେବେ। ‘ଡାଉନ୍‌ ଟୁ ଆର୍ଥ’ ମାଗାଜିନ୍‌ର ପରିଚାଳନା ନିର୍ଦ୍ଦେଶକ ରିଚାର୍ଡ ମହାପାତ୍ର ଯୋଗଦେବେ। ପରିବେଶ ସମ୍ପର୍କିତ ଖବର ଲେଖି ଖାଲି ଯେ ଗଣମାଧ୍ୟମ କ୍ଷେତ୍ରରେ ନୁହେଁ ପାଠକଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି।


ସୋନୁ, ରିକି ମୁଖ୍ୟ ଆକର୍ଷଣ
ପ୍ରଥମ ଅଧିବେଶନର ମୁଖ୍ୟ ଆକର୍ଷଣ ରହିବେ ଅଭିନେତା ତଥା ୟୁଥ୍‌ ଆଇକନ ସୋନୁ ସୁଦ୍‌। ପୂର୍ବରୁ ଲୋକମାନେ ତାଙ୍କୁ ଅଭିନେତା ଓ ଫିଲ୍ମ ପ୍ରଯୋଜକ ଭାବେ ଜାଣିଥିଲେ। ମାତ୍ର କୋଭିଡ୍‌ ପରେ ସେ ଲୋକଙ୍କ ପାଇଁ ଭଗବାନ୍‌ଙ୍କ ଦୂତ ସାଜିଥିଲେ। ଏପରି କି ଯୁବପିଢ଼ିଙ୍କ ପାଇଁ ଆଇକନ୍‌ ପାଲଟିଛନ୍ତି। ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ଼ ଭଳି ଇଣ୍ଡଷ୍ଟ୍ରିରେ ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ନିକଟରେ ଏମ୍‌ଟିଭିରେ ଚାଲିଥିବା ରୋଡିଜ୍‌ ଶୋରେ ମୁଖ୍ୟ ବିଚାରକ ଭାବେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା। ଖଳନାୟକ ଚରିତ୍ରରେ ଦର୍ଶକଙ୍କ ଲୋକପ୍ରିୟ ସାଜିଥିବା ସୋନୁ ସୁଦ୍‌ କୋଭିଡ୍‌ ସମୟରେ ତାଙ୍କ ସାହାଯ୍ୟ, ସହଯୋଗ ପାଇଁ ଅଧିକ ଚର୍ଚ୍ଚିତ ହୋଇଥିଲେ। ତେଣୁ ତାଙ୍କୁ ଏହି କାର୍ଯ୍ୟକ୍ରମରେ ଦେଖିବା ଓ ତାଙ୍କ ଠାରୁ କିଛି ପ୍ରେରଣାଦାୟୀ କଥା ଶୁଣିବା ପାଇଁ ସମସ୍ତେ ଉତ୍ସାହିତ ଅଛନ୍ତି। ସେହିଭଳି ଅପରାହ୍ନରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭାରତୀୟ ମ୍ୟୁଜିକ୍‌ କମ୍ପୋଜର ରିକି କେଜ୍‌ ଯୋଗଦେବେ। ଜଣେ ପରିବେଶବିତ୍‌ ଭାବେ ମଧ୍ୟ ତାଙ୍କର ଆଉ ଏକ ପରିଚୟ ରହିଛି। ତିନିଥର ଗ୍ରାମୀ ଆୱାର୍ଡ ପାଇଥିବା ରିକି ତାଙ୍କ ସଙ୍ଗୀତରେ ପରିବେଶକୁ ସ୍ଥାନ ଦେଇଥାନ୍ତି। ନ୍ୟୁୟର୍କ, ଜେନେଭାସ୍ଥିତ ଜାତିସଂଘ କାର୍ଯ୍ୟାଳୟ ସମେତ ୩୦ ରାଷ୍ଟ୍ରରେ ସେ ସଙ୍ଗୀତ ପରିବେଷଣ କରି ବିଶ୍ୱବାସୀଙ୍କ ହୃଦୟ ଜିଣିଛନ୍ତି। ରିକିଙ୍କ ଲାଇଭ୍‌ କନସର୍ଟ ଦେଖିବା ପାଇଁ ସମସ୍ତେ ଅପେକ୍ଷା କରି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri