ଖଣ୍ଡାରେ ଆକ୍ରମଣ ଉଦ୍ୟମ ମହଙ୍ଗା ପଡ଼ିଲା

ନାକଟିଦେଉଳ,୩୧ା୭(ବୈକୁଣ୍ଠ ନାଥ ସାହୁ): ନାକଟିଦେଉଳ ଥାନା ସରାପାଲି ଗ୍ରାମରେ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ଉଦ୍ୟମ କରି ସେହି ଗ୍ରାମର ଅନ୍ୟଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ ବିଜୟ ବେହେରା। ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗ୍ରାମର ପ୍ରିୟମ ମହାକୁଡ଼ ବୋଲବମ୍‌ ଯାତ୍ରାରେ ଯିବା ପାଇଁ ରବିବାର ସନ୍ଧ୍ୟାରେ ଗାଁ ଶିବ ମନ୍ଦିର ନିକଟରେ ଠିଆ ହୋଇଥିଲେ। ଏହି ସମୟରେ ବିଜୟ ସେଠାରେ ପହଞ୍ଚି ପୂର୍ବ ଶତ୍ରୁତାକୁ ନେଇ ଖଣ୍ଡାରେ ଆକ୍ରମଣ ଉଦ୍ୟମ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।

ପ୍ରିୟମଙ୍କ ମା’ ପ୍ରତିଶା ସେଠାରେ ପହଞ୍ଚିବାରୁ ବିଜୟ ତାଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ। ଏ ନେଇ ପ୍ରତିଶା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରି ବିଜୟଙ୍କୁ ଗିରଫ କରିବା ସହ ତାଙ୍କଠାରୁ ଏକ ଖଣ୍ଡା ଜବତ କରିଛି। ପୋଲିସ ୧୨୧/୨୩ରେ ଏକ ମାମଲା ରଜୁ କରି ବିଜୟଙ୍କୁ ସୋମବାର କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ କୃପା ବାଗ କହିଛନ୍ତି।