ପରିବାରର ପ୍ରତ୍ୟାଖ୍ୟାନ ପରେ କରୋନା ମୃତକଙ୍କ ସଂସ୍କାର କରୁଛି ୟୁଥ ଓ୍ବେଲ ଫେୟାର ଏନ୍‌ଜିଓ

ହାଇଦ୍ରାବାଦ,୧୭।୮: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫୦ ହଜାର ଛୁଇଁଥିବା ବେଳେ ଏବେ ଏହା ବେଳକୁ ବେଳ ଉଗ୍ର ରୂପ ଧାରଣ କରିବାକୁ ଯାଉଛି। ତେବେ କରୋନାରେ ପୀଡ଼ିତ ଥାଇ ଯେଉଁମାନଙ୍କର ମୃତ୍ୟୁ ହେଉଛି ସେମାନଙ୍କ ମୃତଦେହ ସଂସ୍କାର କରିବା ଆଉ ଏକ ସମସ୍ୟା ହୋଇ ଉଭା ହୋଇଛି। ତେଲେଙ୍ଗାନାର ଏନ୍‌ଜିଓ ୟୁଥ ଓ୍ବେଲ ଫେୟାର ଏବେ ଏ ଦିଗରେ ଆଗେଇ ଆସିଛି। ଯେଉଁ କରୋନା ମୃତକଙ୍କୁ ସେମାନଙ୍କ ପରିବାର ଲୋକେ ନେବାକୁ ମନା କରୁଛନ୍ତି ସେଭଳି ମୃତଦେହ ଗୁଡିକ ଏହି ଏନ୍‌ଜିଓ ଆଣି ସଂସ୍କାର କରୁଛି। ୟୁଥ ଓ୍ବେଲ ଫେୟାରର ମୁଖ୍ୟ ସୟଦ ଜଲାଲୁଦ୍ଦିନ କହିଛନ୍ତି, ନିକଟରେ କରୋନାରେ ସଂକ୍ରମିତ ହୋଇ ମୋର ଜଣେ ସାଙ୍ଗଙ୍କ ବାପାଙ୍କର ମୃତ୍ୟୁ ହେଲା। ହେଲେ ତାଙ୍କ ପରିବାର ମୃତଦେହ ନେବାକୁ ମନା କରି ଦେଲେ। ଏହାକୁ ଆମେ ଆମ କର୍ତ୍ତବ୍ୟ ଭାବି ତାଙ୍କର ସଂସ୍କାର କଲୁ ବୋଲି ଜଲାଲୁଦ୍ଦିନ କହିଛନ୍ତି। ଏପର୍ଯ୍ୟନ୍ତ ସେ ପାଖାପାଖି ୧୪୭ କରୋନା ମୃତକଙ୍କ ସଂସ୍କାର କରିଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Gold Rate Today: ପୁଣି ମହଙ୍ଗା ହେଲା ସୁନା: ୯୦ ହଜାର ଟପିଲା

ମୁମ୍ବାଇ,୨୮।୩: ସପ୍ତାହର ଶେଷ ବ୍ୟବସାୟ ଦିନ ଶୁକ୍ରବାର ଭାରତୀୟ ଷ୍ଟକ ବଜାରରେ ହ୍ରାସ ପରିଲକ୍ଷିତ ହେଉଛି। ବଜାରର ମୁଖ୍ୟ ସୂଚକାଙ୍କ ସେନସେକ୍ସ ପ୍ରାୟ ୧୫୦ ପଏଣ୍ଟ...

ବଡ଼ ରେକର୍ଡ ହାସଲ କଲେ ପ୍ୟାଟ କମିନ୍ସ: ପ୍ରଥମ ଖେଳାଳି ଭାବେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୨୮।୩: ସନରାଇଜର୍ସ ହାଇଦ୍ରାବାଦ(SRH) ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ବିପକ୍ଷରେ ୫ ଉଇକେଟରେ ପରାଜୟର ସମ୍ମୁଖୀନ ହୋଇଥିଲେ। ଏହି ସିରିଜରେ ଏହା SRH ଦଳର ପ୍ରଥମ ପରାଜୟ ଥିଲା।...

ସ୍ତ୍ରୀଙ୍କୁ ପ୍ରେମିକଙ୍କ ସହ ବାହା କରାଇଲେ ସ୍ବାମୀ, ପୂରା ରୋଚକ ଘଟଣା ଜାଣିଲେ…

ସନ୍ଥ କବୀର ନଗର, ୨୮।୩: ଉତ୍ତରପ୍ରଦେଶର ସନ୍ଥ କବୀର ନଗର ଜିଲାରେ ବବ୍‌ଲୁ ନାମକ ଜଣେ ବ୍ୟକ୍ତି ଭୟରେ ନିଜ ସ୍ତ୍ରୀ ରାଧିକାଙ୍କୁ ତାଙ୍କ ପ୍ରେମିକ...

ଚାଇନା ଦେଖାଇଲା ଦାଦାଗିରି ତ ଭାରତ ଲାଗୁ କଲା ‘ପ୍ରଚଣ୍ଡ’ ପ୍ଲାନ!

ନୂଆଦିଲ୍ଲୀ,୨୮।୩: ଚାଇନା ପ୍ରାୟତଃ ପୂର୍ବ ଲଦାଖ ଏବଂ ସିଆଚେନ ଗ୍ଲେସିୟରରେ ନିଜର ପ୍ରାଧାନ୍ୟ ପ୍ରଦର୍ଶନ କରିବାକୁ ଚେଷ୍ଟା କରେ, କିନ୍ତୁ ଏବେ ଏହାର ପ୍ରାଧାନ୍ୟ କାମ...

ମମତା ବାନାର୍ଜୀଙ୍କ ଭାଷଣ ସମୟରେ ଅକ୍ସଫୋର୍ଡରେ ହଙ୍ଗାମା, ପ୍ରଦର୍ଶନକାରୀଙ୍କୁ କହିଲେ-ଆପଣଙ୍କୁ ମିଠା ଖୁଆଇବି

ଲଣ୍ଡନ/କୋଲକାତା,୨୮।୩: ଗୁରୁବାର (୨୭ ମାର୍ଚ୍ଚ) ଲଣ୍ଡନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର କେଲଗ କଲେଜରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଷଣ ଦେଉଥିବା ସମୟରେ କେତେଜଣ ଛାତ୍ର ହଙ୍ଗାମା...

ସ୍ତ୍ରୀକୁ ହତ୍ୟା କରି ସୁଟକେସରେ ମୃତଦେହ ଭର୍ତ୍ତି କଲେ ସ୍ୱାମୀ, ଫୋନ୍ କରି ଶ୍ୱଶୁର ଘର ଲୋକଙ୍କୁ ଜଣାଇଲେ

ବେଙ୍ଗାଲୁରୁ,୨୮ା୩: ବେଙ୍ଗାଲୁରୁ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଯିଏ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ସୁଟକେସରେ ଭର୍ତ୍ତି କରି ପୁଣେ ପଳାଇ...

Kathua Encounter : ଆତଙ୍କବାଦୀ ସୁରକ୍ଷାକର୍ମୀ ମୁହାଁମୁହିଁ, ୪ ପୋଲିସ ଶହୀଦ, ୫ ଆହତ

ଶ୍ରୀନଗର,୨୮ା୩: ଜମ୍ମୁ-କାଶ୍ମୀରର କଠୁଆ ଜିଲାରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ସମୟରେ ୪ ପୋଲିସ କର୍ମଚାରୀ ନିହତ ହୋଇଥିବା ସୂଚନା ମିଳିଛି। ଦୁଇଜଣ ଆତଙ୍କବାଦୀଙ୍କୁ ମଧ୍ୟ ଗୁଳି...

ୟୁନୁସ୍‌ଙ୍କ ଏମିତି ପ୍ରତିଶ୍ରୁତି ଦେଲେ ମୋଦି: ସମ୍ପର୍କ ସୁଦୃଢ ପାଇଁ….

ନୂଆଦିଲ୍ଲୀ,୨୮ା୩:ହିନ୍ଦୁଙ୍କ ପ୍ରତି ହିଂସା ବଢ଼ିବାକୁ ନେଇ ବାଂଲାଦେଶ ସହ ଭାରତର ରାଜନୈତିକ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଥିବାବେଳେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ନୂଆଦିଲ୍ଲୀର ପ୍ରତିଶ୍ରୁତିକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image