Advertisement

ପରିବାରର ପ୍ରତ୍ୟାଖ୍ୟାନ ପରେ କରୋନା ମୃତକଙ୍କ ସଂସ୍କାର କରୁଛି ୟୁଥ ଓ୍ବେଲ ଫେୟାର ଏନ୍‌ଜିଓ

ହାଇଦ୍ରାବାଦ,୧୭।୮: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫୦ ହଜାର ଛୁଇଁଥିବା ବେଳେ ଏବେ ଏହା ବେଳକୁ ବେଳ ଉଗ୍ର ରୂପ ଧାରଣ କରିବାକୁ ଯାଉଛି। ତେବେ କରୋନାରେ ପୀଡ଼ିତ ଥାଇ ଯେଉଁମାନଙ୍କର ମୃତ୍ୟୁ ହେଉଛି ସେମାନଙ୍କ ମୃତଦେହ ସଂସ୍କାର କରିବା ଆଉ ଏକ ସମସ୍ୟା ହୋଇ ଉଭା ହୋଇଛି। ତେଲେଙ୍ଗାନାର ଏନ୍‌ଜିଓ ୟୁଥ ଓ୍ବେଲ ଫେୟାର ଏବେ ଏ ଦିଗରେ ଆଗେଇ ଆସିଛି। ଯେଉଁ କରୋନା ମୃତକଙ୍କୁ ସେମାନଙ୍କ ପରିବାର ଲୋକେ ନେବାକୁ ମନା କରୁଛନ୍ତି ସେଭଳି ମୃତଦେହ ଗୁଡିକ ଏହି ଏନ୍‌ଜିଓ ଆଣି ସଂସ୍କାର କରୁଛି। ୟୁଥ ଓ୍ବେଲ ଫେୟାରର ମୁଖ୍ୟ ସୟଦ ଜଲାଲୁଦ୍ଦିନ କହିଛନ୍ତି, ନିକଟରେ କରୋନାରେ ସଂକ୍ରମିତ ହୋଇ ମୋର ଜଣେ ସାଙ୍ଗଙ୍କ ବାପାଙ୍କର ମୃତ୍ୟୁ ହେଲା। ହେଲେ ତାଙ୍କ ପରିବାର ମୃତଦେହ ନେବାକୁ ମନା କରି ଦେଲେ। ଏହାକୁ ଆମେ ଆମ କର୍ତ୍ତବ୍ୟ ଭାବି ତାଙ୍କର ସଂସ୍କାର କଲୁ ବୋଲି ଜଲାଲୁଦ୍ଦିନ କହିଛନ୍ତି। ଏପର୍ଯ୍ୟନ୍ତ ସେ ପାଖାପାଖି ୧୪୭ କରୋନା ମୃତକଙ୍କ ସଂସ୍କାର କରିଥିବା ପ୍ରକାଶ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share