ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲା ଦେଓଗାଁ ରେଲୱେ ଷ୍ଟେଶନ ନିକଟ ରେଲୱେ ଟ୍ରାକ୍ ଉପରେ ଜଣେ ଅଜଣା ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛ। ଟ୍ରେନରେ କଟି ଯୁବକଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଯାଇଛି । ରେଲୱେ ଟ୍ରାକ ନିକଟରେ ଥିବା ଏକ ଧାନଖଳାରେ ରକ୍ତଛିଟା ପଡ଼ିଛି । ଧାନଖଳାରେ ହତ୍ୟା କରିବା ପରେ ଯୁବକଙ୍କୁ ରେଲୱେ ଟ୍ରାକରେ ଫିଙ୍ଗି ଦିଆଯାଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ ବଢୁଛି। ଦେଓଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଥିବା ବେଳେ ରେଲୱେ ପୋଲିସ ପହଞ୍ଚିଛି ସଠିକ ତଦନ୍ତ କରି ସତ ସାମ୍ନାକୁ ଆଣିବା ପାଇଁ ଲୋକେ ଦାବି କରୁଛନ୍ତି ।
Posted inଆମ ଜିଲା ଖବର, ବଲାଙ୍ଗୀର, ରାଜ୍ୟ