ଅଜଣା ଗାଡି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ: ଆଧାର କାର୍ଡରୁ ମିଳିଲା ପରିଚୟ

ତିହିଡି,୩୧।୧୨(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ପୀରହାଟ ଥାନା ଅଧୀନ ପଣ୍ଡାପୋଖରୀ ଛକରୁ ମଙ୍ଗଳବାର ସକାଳେ ପୋଲିସ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି l ଯୁବକଙ୍କ ପାଖରେ ପଡ଼ିଥିବା ତାଙ୍କ ବ୍ୟାଗରେ ଥିବା ଆଧାର କାର୍ଡରୁ ମୃତ ଯୁବକଙ୍କ ପରିଚୟ ମିଳିଛି l ଯୁବକଙ୍କ ନାଁ ଉତ୍ତମ ବରିହା ଏବଂ ତାଙ୍କ ଘର ବରଗଡ଼ ଜିଲା ଖରମୁଣ୍ଡା ଥାନା ଅଧୀନ ଦଡଙ୍ଗାପାଲି ଗ୍ରାମରେ ବୋଲି ଜଣାଯାଇଛି l ଉତ୍ତମ କୌଣସି କାମ ପାଇଁ ଆସି ପଣ୍ଡାପୋଖରୀ ଛକରେ ଓହ୍ଲାଇଥିଲେ l ସେଠାରେ କୌଣସି ଏକ ଗାଡି ତାଙ୍କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି l ଖବରପାଇ ପୀରହାଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା l ପୋଲିସ ମୃତ ଯୁବକଙ୍କ ପରିବାରକୁ ଘଟଣା ସମ୍ପର୍କରେ ଜଣାଇବା ସହ ଏକ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି l ତେବେ ଦୁର୍ଘଟଣା ଘଟାଇଥିବା ଗାଡିର ସନ୍ଧାନ ମିଳିପାରିନାହିଁ l


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ଭଉଣୀ-ଭାଇଙ୍କୁ ଗୁଳିମାଡ଼, କଟକ ସ୍ଥାନାନ୍ତର

ଅନୁଗୋଳ,୩ା୧: ଅନୁଗୋଳ ଜିଲା କିଶୋରନଗର ଥାନା ଭାଙ୍ଗମୁଣ୍ଡା ଗାଁରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ଶୋଇଥିବା ବେଳେ ଭଉଣୀ-ଭାଇଙ୍କୁ ଗୁଳିମାଡ଼ ହୋଇଛି। ଫଳରେ ଏହି...

ତାଣ୍ଡବ ରଚିଲା ଦନ୍ତା: ଭାଙ୍ଗିଲା ଘର, ଉଜାଡିଲା ଫସଲ

ପରଜଙ୍ଗ,୩।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଜହ୍ନାପଡା ଗାଁରେ ତାଣ୍ଡବ ରଚିଲା ଗୋଠଛଡା ଦନ୍ତା। ଗାଁ ଭିତରେ ପଶି...

ଆଜିଠୁ ବରଗଡ଼ ଧନୁଯାତ୍ରା, ଚାଲିବ କଂସ ରାଜୁତି

ବରଗଡ଼,୩ା୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶୁକ୍ରବାରରୁ ଆରମ୍ଭ ହେବ। ପରମ୍ପରା ଦୃଷ୍ଟିରୁ ବିଗତ ବର୍ଷ ଭଳି ଏଥର ମଧ୍ୟ ବରଗଡ଼...

ସୁନା-ରୁପା ଛାଉଣି ହେବ ରତ୍ନଭଣ୍ଡାର କବାଟ: ଆଜିଠୁ ପୁଣି ରତ୍ନଭଣ୍ଡାର ମରାମତି

ପୁରୀ,୩ା୧(ଅଜିତ୍‌ କୁମାର ମହାନ୍ତି):ଗତ ଡିସେମ୍ବର ୧୭ରୁ ଶ୍ରୀମନ୍ଦିର ପ୍ରଶାସନ ଏବଂ ଛତିଶା ନିଯୋଗର ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦ୍ୱିତୀୟ ଭୋଗ ମଣ୍ଡପ ସମ୍ପନ୍ନ ହେବା...

କୋରମ ଅଭାବ: ସରପଞ୍ଚଙ୍କ ବିରୋଧରେ କାଟ୍‌ ଖାଇଲା ଅନାସ୍ଥା ପ୍ରସ୍ତାବ

ଦିଗପହଣ୍ଡି/ପାଟପୁର,୩ା୧(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ସରପଞ୍ଚ ବର୍ଷା ସେଠୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ କେନ୍ଦ୍ରକରି ଦୀର୍ଘଦିନ ଧରି...

ଜଳ ପରିଚାଳନା, ନିଷ୍କାସନରେ ବାଧା

ପଟ୍ଟାମୁଣ୍ଡାଇ,୩ା୧(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଚାଷୀଙ୍କ ଭାତହାଣ୍ଡିକୁ ଅଦିନିଆ ବର୍ଷା ଉଜାଡ଼ି ଦେଇଛି। ବର୍ଷା ଛାଡ଼ି ଯାଇଥିଲେ ମଧ୍ୟ କ୍ଷେତରୁ ଆଜି ପର୍ଯ୍ୟନ୍ତ ପାଣି...

ଚିନାବାଦାମ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ

ରାଜକନିକା,୩ା୧(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ସିକୋ ପଞ୍ଚାୟତର ଡାଳିକାଏନ୍ଦା, ଭାରିଗଦା ପଞ୍ଚାୟତ ଓ ବରୁଣାଡ଼ିହା ପଞ୍ଚାୟତର ଚାଷୀ ମୁଖ୍ୟତଃ ଚିନାବାଦାମ ଚାଷ...

ଅସହାୟ ଅବସ୍ଥାରେ ୩ ଅନାଥ ବାଳିକା

ଭବାନୀପାଟଣା,୩ା୧(ଉତ୍ତମ କୁମାର ଦାଶ): ମା’ବାପାଙ୍କ ମୃତ୍ୟୁ ପରେ ଗୋଟିଏ ପରିବାରର ୨ ଭଉଣୀଙ୍କ ସମେତ ଅନ୍ୟ ଏକ ପରିବାର ଜଣେ ବାଳିକା ଅସହାୟ ହୋଇପଡିଛନ୍ତି। ଏଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri