ଯୁବବର୍ଗଙ୍କ ନିଆରା ପଦକ୍ଷେପ ସୋସିଆଲ ମିଡ଼ିଆରେ ଭାଇରାଲ, ସଭିଏଁ କରୁଛନ୍ତି ପ୍ରଶଂସା…

ମିରଟ,୩୦।୭ : ଦେଶରେ ସଡକ ସୁରକ୍ଷା ଏବଂ ପରିବେଶ ବିଷୟରେ ସଚେତନତା ସୃଷ୍ଟି କରିବା ଏକ ଯୁବ ଗୋଷ୍ଠୀ ଅନନ୍ୟ ଉପାୟ ମାଧ୍ୟମରେ ସେମାନଙ୍କ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହି କ୍ରମରେ ଯୁବଗୋଷ୍ଠୀ ମିରଟରେ ପହଞ୍ଚିଛନ୍ତି। ସେମାନେ ଭୁଟାନ, ନେପାଳ, ମ୍ୟାନମାର ଏବଂ ପାକିସ୍ଥାନ ସମେତ ୧୧ ଟି ଦେଶ ଭ୍ରମଣ କରିବା ସମୟରେ ଲୋକଙ୍କୁ ପରିବେଶ ଏବଂ ସଡକ ସୁରକ୍ଷା ବିଷୟରେ ଅବଗତ କରାଇଛନ୍ତି।

ଦଳର ନେତା ଜିତେନ୍ଦ୍ର ପ୍ରତାପ କହିଛନ୍ତି ଲଖିମପୁର ଖେରୀ ନିବାସୀ ଅଭଦ ବିହାରୀ ଲାଲଙ୍କ ଦ୍ୱାରା ୩୦ ଜୁଲାଇ ୧୯୮୦ ରେ ବିଶ୍ୱଶାନ୍ତି ବିଶ୍ୱପଦଯାତ୍ରା ଆରମ୍ଭ ହୋଇଥିଲା। ଧୀରେ ଧୀରେ ଏହି ପ୍ରକ୍ରିୟା ଆଗକୁ ବଢ଼ିବାରେ ଲାଗିଥିଲା। ମୁଁ ୧୯୯୫ ରୁ ସେମାନଙ୍କ ସହ ଜଡିତ ହୋଇଥିଲି। ଆମ ଦଳରେ ୨୦ ଜଣ ସଦସ୍ୟ ଅଛନ୍ତି। ଯାହା ପାଞ୍ଚ ଭାଗରେ ବିଭକ୍ତ। ପ୍ରତ୍ୟେକ ଦଳରେ ଚାରିଜଣ ସଦସ୍ୟ ଅଛନ୍ତି ଯେଉଁମାନେ ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କୁ ସଚେତନ କରାଇଥାନ୍ତି। ଏହି ଟିମ ବର୍ତ୍ତମାନ ପର୍ଯ୍ୟନ୍ତ ୧୧ ଟି ଦେଶରେ ୪ ଲକ୍ଷ ୩୭ ହଜାର କିଲୋମିଟର ଯାତ୍ରା ଆରମ୍ଭ କରି ସାରିଛି । କେବଳ ଏତିକି ନୁହେଁ ବିଶ୍ୱଶାନ୍ତି ବିଶ୍ୱ ପଦଯାତ୍ରା ସମୟରେ ଏପର୍ଯ୍ୟନ୍ତ ୧୪ କୋଟି ୫୦ ଲକ୍ଷ ଚାରା ରୋପଣ କରାଯାଇଛି।

ଉତ୍ତରପ୍ରଦେଶର ୧୩ ଟି ଜିଲା ଏବଂ ରାଜସ୍ଥାନର ୩୩ ଟି ଜିଲା ଭ୍ରମଣ କରିସାରିବା ପରେ ଉତ୍ତରପ୍ରଦେଶର ୭୫ ଟି ଜିଲାରେ ପଦଯାତ୍ରା ପାଇଁ ପରବର୍ତ୍ତୀ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହିକ୍ରମରେ ସେମାନେ ୧୯ ତମ ଜିଲା ଭାବେ ମିରଟରେ ପହଞ୍ଚିଛନ୍ତି। ଜିଲାରେ ଦଳର ସଦସ୍ୟମାନେ ସଡ଼କ ସୁରକ୍ଷା ଏବଂ ମୁଖ୍ୟ ଛକ ଏବଂ ସର୍ବସାଧାରଣ ସ୍ଥାନରେ ପ୍ଲାଷ୍ଟିକ ବ୍ୟବହାର ବିଷୟରେ ଲୋକଙ୍କୁ ଅବଗତ କରାଇବେ। ଏହା ପରେ ସେମାନେ ଚେନ୍ନାଇ ଯିବେ।

ଯୁବବର୍ଗଙ୍କ ଏହି ନିଆରା ପଦକ୍ଷେପ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସଭିଏଁ ଏହାକୁ ପ୍ରଶଂସା କରୁଛନ୍ତି।

Share