କାଲିଫର୍ନିଆ,୧୭।୨: ୟୁଟ୍ୟୁବ୍ ୱେବସାଇଟର ସିଇଓ ସୁସାନ ୱୋଜିକ୍କି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ ଆଇଏନସି ପକ୍ଷରୁ ସୂଚନା ଦିଆଯାଇଛି। ଭାରତୀୟ ମୂଳ ଆମେରିକୀୟ ନିଲ ମୋହନ ଏବେ ତାଙ୍କ ସ୍ଥାନ ନେବେ।
ଇସ୍ତଫା ଦେବାର କାରଣ ସୁସାନ ପରିବାର ଏବଂ ସ୍ବାସ୍ଥ୍ୟକୁ ଦର୍ଶାଇଛନ୍ତି। ୱୋଜିକ୍କି କହିଛନ୍ତି,ସେ ତାଙ୍କ ପରିବାର ସହିତ ଅଧିକ ସମୟ ବିତାଇବାକୁ ଚାହୁଁଛନ୍ତି। ସେ ତାଙ୍କ ସ୍ବାସ୍ଥ୍ୟ ଏବଂ ବ୍ୟକ୍ତିଗତ ଜୀବନ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି। ଅନ୍ୟପକ୍ଷରେ ୨୦୨୨ରେ, ୟୁଟ୍ୟୁବ ବିଜ୍ଞାପନରୁ ୨୯.୨ ବିଲିୟନ ଡଲାର୍ ଆୟ କରିଥିଲା, ଯାହା ଏହାର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟର ମୋଟ ଆୟର ୧୦ ପ୍ରତିଶତରୁ ଅଧିକ ଥିଲା। ଗୁଗଲର ସହ-ପ୍ରତିଷ୍ଠାତା ଲ୍ୟାରି ପେଜ ଏବଂ ସର୍ଗି ବ୍ରିନ ଏକ ବିବୃତ୍ତିରେ କହିଛନ୍ତି, ଗୁଗଲକୁ ବଡ କରିବାରେ ସୁସାନ ଏକ ଉତ୍ତମ ଅବଦାନ ରଖିଛନ୍ତି। ସେ ଗତ ୨୫ ବର୍ଷ ମଧ୍ୟରେ କରିଥିବା ସମସ୍ତ କାର୍ଯ୍ୟ ପାଇଁ ଆମେ ଅତ୍ୟଧିକ କୃତଜ୍ଞ।