ଆପଣ ଏକ କାହାଣୀ ନିଶ୍ଚିତ ଶୁଣିଥିବେ ଯେ, ଅଧିକ ଉତ୍ସାହିତ ହେଲେ ନିଜର କ୍ଷତି ଘଟିଥାଏ। ଠିକ୍ ସେମିତି ଏକ ଘଟଣା ଘଟିଛି ଋଷିଆରେ। ଜଣେ ୬୦ ବର୍ଷୀୟ ବ୍ୟକ୍ତି ଚ୍ୟାଲେଞ୍ଜ ନେବା ପରେ କ’ଣ ଘଟିଲା ଜାଣନ୍ତୁ ସେ ସମ୍ପର୍କରେ…
ଜଣେ ୟୁଟ୍ୟୁବର ଲାଇଭ୍ କରି ମଦ ପିଇବା ପାଇଁ ୟୁଜରଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ। ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ଜଣେ ୬୦ ବର୍ଷୀୟ ବ୍ୟକ୍ତି ଲାଇଭ୍ ଷ୍ଟ୍ରିମିଙ୍ଗ୍ରେ ୧.୫ ଲିଟର ମଦ ପିଇ ଦେଇଥିଲେ।
ଏକ ରିପୋର୍ଟ ଅନୁଯାୟୀ, ‘ଦାଦାଜୀ’ ନାମକ ରୁଷିଆର ଜଣେ ବ୍ୟକ୍ତି ଅନ୍ୟ ଜଣେ ୟ୍ୟୁଟବରଙ୍କ ଦ୍ୱାରା କରାଯାଇଥିବା ଚ୍ୟାଲେଞ୍ଜକୁ ହାତକୁ ନେଇଥିଲେ। ଏଥିରେ ଚ୍ୟାଲେଞ୍ଜ ଥିଲା ଲାଇଭ୍ କରି ମଦ ପିଇବା। ତେଣୁ ଋଷିଆର ଏହି ୬୦ ବର୍ଷୀୟ ୟୁରି ଦୁଶୋକିନ୍ ଦେଢ଼ ଲିଟର ମଦ ପିଇବା ପରେ ତଳେ ପଡ଼ିଯାଇଥିଲେ। ତାଙ୍କର କିପରି ମୃତ୍ୟୁ ହେଲା ଲାଇଭ୍ରେ ଲୋକେ ସ୍ପଷ୍ଟ ଭାବେ ଦେଖିଛନ୍ତି।