Categories: ଜାତୀୟ

ସଂସଦ ଟିଭି ଆକାଉଣ୍ଟକୁ ବନ୍ଦ କଲା ୟୁଟ୍ୟୁବ

ନୂଆଦିଲ୍ଲୀ,୧୫।୨: ଲୋକସଭା ଓ ରାଜ୍ୟସଭାର ଅଧିବେଶନୀ ସିଧାସଳଖ ପ୍ରସାରଣ ଏବଂ ପ୍ରୋଗ୍ରାମକୁ ରେକର୍ଡ କରୁଥିବା ସଂସଦ ଟିଭିର ୟୁଟ୍ୟୁବ ଆକାଉଣ୍ଟକୁ ମଙ୍ଗଳବାର ସକାଳେ ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି। ୟୁଟ୍ୟୁବର କମ୍ୟୁନିଟି ଗାଇଡ୍‌ଲାଇନ ଭଙ୍ଗ କରିବା ପାଇଁ ପ୍ଲାଟଫର୍ମ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

ତେବେ ୟୁଟ୍ୟୁବ ଚ୍ୟାନେଲ କେଉଁ ଗାଇଡ୍‌ଲାଇନ୍‌ ଭଙ୍ଗ କରିଛି, ତାହା ସ୍ପଷ୍ଟ କରାଯାଇ ନାହିଁ। ୟୁଟ୍ୟୁବର ମୂଳ କମ୍ପାନୀ ଗୁଗଲଠାରୁ ଏ ଘଟଣା ଉପରେ ପ୍ରତିକ୍ରିୟା ମିଳିପାରି ନାହିଁ।

ୟୁଟ୍ୟୁବ ଆକାଉଣ୍ଟ ସର୍ଚ୍ଚ କରିବାରୁ ‘୪୦୪ ଏରର’ ଦେଖିବାକୁ ମିଳୁଛି। ଏଥିସହ ଏକ ମେସେଜ ରହିଛି, ଯେଉଁଥିରେ ‘ଏହି ପେଜ ଉପଲବ୍ଧ ନାହିଁ। ଏଥିଲାଗି ଦୁଃଖିତ। ଆଉ କିଛି ସର୍ଚ୍ଚ କରିବାକୁ ଉଦ୍ୟମ କର’।

Share