ରୁଷିଆ ଉପରେ ୟୁଟ୍ୟୁବର ଆଉ ଏକ ଆକ୍ରମଣ

ୱାଶିଂଟନ,୧୨ ।୩: ୟୁଟ୍ୟୁବ ରୁଷିଆକୁ ନେଇ ତା’ର ପ୍ରତିବନ୍ଧକକୁ ଆହୁରି କଡା କରିଦେଇଛି । ଏବେ କମ୍ପାନୀ ତତ୍କାଳ ପ୍ରଭାବ ମାଧ୍ୟମରେ ସେହି ସମସ୍ତ ଚ୍ୟାନେଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଯେଉଁଗୁଡିକ ରୁଷିଆ ଫଣ୍ଡରେ ଚାଲୁଥିଲେ । ଅର୍ଥାତ୍ ଏହି ସବୁ ଚ୍ୟାନେଲ ସାରା ବିଶ୍ୱରେ ବନ୍ଦ ହୋଇଯିବ । ଏଭଳି ନିଷ୍ପତ୍ତିକୁ ନେଇ କମ୍ପାନୀ ତା’ର ପଲିସି ଅନୁଯାୟୀ, ହିଂସକ ଘଟଣାକୁ ଅସ୍ୱିକାର କରାଯିବା କଥା କହିଛି ।
ବିଶ୍ୱରେ ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ଷ୍ଟ୍ରିମିଂ ଭିଡିଓ ପ୍ଲାଟଫର୍ମ ୟୁଟ୍ୟୁବ କହିଛି, ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଏବେ ହିଂସା ଘଟଣାର ନୀତି ଅଧିନରେ ରହିଛି । ସୂଚନାଯୋଗ୍ୟ, ୟୁଟ୍ୟୁବର ମାଲିକାନା ଆଲଫାବେଟ ଇଙ୍କ ଅର୍ଥାତ୍ ଗୁଗଲ ନିକଟରେ ରହିଛି ।
ରୁଷିଆ ୧୬ ଦିନ ହେବ ୟୁକ୍ରେନ ଉପରେ ଆକ୍ରମଣ କରି ଚାଲିଛି । ଏଥିରେ ଉଭୟ ପକ୍ଷର ବହୁ ଧନଜୀବନ କ୍ଷୟକ୍ଷତି ହୋଇଥିବା ବେଳେ କେହି ଏଥିରୁ ଓହରି ଯିବାକୁ ପ୍ରସ୍ତୁତ ନୁହେଁ । ଏପଟେ ରୁଷିଆର ଲକ୍ଷ୍ୟ ୟୁକ୍ରେନ୍ ଅକ୍ତିୟାର କରିବ ।

Share