Advertisement
Categories: ଫୁରସତ

ଟିକ୍‌ଟକ୍‌ ବ୍ୟାନ୍‌ ହେବା ପରେ ଏହି ୟୁଟ୍ୟୁବର୍‌ଙ୍କୁ ମିଳୁଛି ଶୁଭେଚ୍ଛା

ଭାରତ-ଚାଇନା ମଧ୍ୟରେ ସୀମା ଉତ୍ତେଜନା ଲାଗି ରହିଛି। ଏସବୁ ମଧ୍ୟରେ ଭାରତ ସରକାର ଟିକ୍‌ଟକ୍‌ ସମେତ ଚାଇନାର ୫୯ଟି ଆପ୍‌କୁ ବ୍ୟାନ୍‌(ନିଷିଦ୍ଧ) କରିଦେଇଛନ୍ତି। ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ସୋସିଆଲ ମିଡିଆରେ ଲୋକମାନେ ନିଜର ଖୁସିବ୍ୟକ୍ତ କରିଛନ୍ତି। ହେଲେ ଟିକ୍‌ଟକ୍‌ ବ୍ୟାନ୍‌ ହେବା ଦ୍ୱାରା ସବୁଠାରୁ ବେଶୀ ଖୁସି ପବ୍‌ଜି ଚାମ୍ପିଅନ୍‌ ତଥା ୟୁଟ୍ୟୁବର୍‌ ଅଜୟ ନାଗର ଓରଫ କ୍ୟାରିମିନାଟି ହୋଇଥିବା ଚର୍ଚ୍ଚା ହେଉଛି। ଏପରିକି ଟୁଇଟରରେ କ୍ୟାରିମିନାଟି ଟ୍ରେଣ୍ଡ କରୁଥିବା ଦେଖାଯାଇଛି।

ସୋସିଆଲ ମିଡିଆରେ ଅଜୟଙ୍କୁ ଟିକ୍‌ଟକ୍‌ ନିଷିଦ୍ଧ ହେବାକୁ ଲୋକେ ଶୁଭେଚ୍ଛା ଜଣାଉଛନ୍ତି। ଶେଷରେ ତାଙ୍କର ସ୍ବପ୍ନ ସତ ହେଲା। ସେ ଜିତିଲେ ବୋଲି ବ୍ୟବହାରକାରୀ କହୁଛନ୍ତି। ଟୁଇଟରରେ କ୍ୟାରିମିନାଟି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନେକ ମେମେ ମଧ୍ୟ ଭାଇରାଲ ହେଉଛି।

ଅପରପକ୍ଷେ କିଛି ଲୋକ ସରକାରଙ୍କ ଏହି ନିଷ୍ପତ୍ତି ଭୁଲ ବୋଲି କହୁଛନ୍ତି। କାରଣ ଟିକ୍‌ଟକ୍‌ ପିଏମ୍‌ କେୟାର ଫଣ୍ଡକୁ ୩୦ କୋଟି ଟଙ୍କା ଦାନ କରିଥିଲା। ଏଣୁ ଏହାକୁ ବ୍ୟାନ୍‌ କରିବା ଠିକ୍‌ ହୋଇନାହିଁ ବୋଲି କହୁଛନ୍ତି।

Share