Categories: ଜାତୀୟ

ପ୍ରଶଂସକଙ୍କ ପାଇଁ ୟୁଟ୍ୟୁବ୍‌ର ଗୌରବ ତନିଜା ଗିରଫ

ନୂଆଦିଲ୍ଲୀ,୧୦।୭: ପ୍ରଶଂସକଙ୍କ ଲାଗି ୟୁଟ୍ୟୁବର ଗୌରବ ତନିଜା ଗିରଫ। ଫ୍ଲାଇଂ ବିଷ୍ଟ ନାମରେ ୟୁଟ୍ୟୁବ୍‌ ବ୍ଲଗିଂ ଚ୍ୟାନେଲ ଚଲାଉଥିବା ଗୌରବଙ୍କୁ ଉତ୍ତରପ୍ରଦେଶ ପୁଲିସ ଗିରଫ କରିଛି। ସେ ଜନ୍ମଦିନ ପାଳନ କରିବାକୁ ଉତ୍ତରପ୍ରଦେଶ ଗୌତମବୁଦ୍ଧ ନଗର ନୋଏଡ଼ାସ୍ଥିତ ସେକ୍ଟର-୫୧ ମେଟ୍ରୋ ଷ୍ଟେଶନକୁ ବାଛିଥିଲେ। ତାଙ୍କ ଘୋଷଣା ପରେ ଶହ ଶହ ସଂଖ୍ୟାରେ ପ୍ରଶଂସକ ସେଠାରେ ଏକାଠି ହୋଇ ଗହଳି କରିଥିଲେ। ଏହାକୁ ନେଇ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ମେଟ୍ରୋ ଷ୍ଟେଶନ ଭଳି ଜନଗହଳି ପୂର୍ଣ୍ଣ ସ୍ଥାନରେ ବିନା ପ୍ରଶଂସକ ଭିଡ଼ ଜମାଇଥିଲେ। ଯାହା ଫଳରେ ଷ୍ଟେସନରେ ଅପ୍ରୀତିକର ପରିସ୍ଥତି ସୃଷ୍ଟି ହୋଇଥିଲା। ଏପରିକି ଦଳାଚକାଟା ପରିସ୍ଥିତି ଉପୁଜିଥିଲା। ଯାତ୍ରୀମାନେ ଭିଡ଼ ଯୋଗୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ। ସେହିପରି ଉକ୍ତ ଅଞ୍ଚଳରେ ଅଜଥା ଟ୍ରାଫିକ ଜାମ ହେବାରୁ ପୋଲିସକୁ ସ୍ଥିତି ନିୟନ୍ତ୍ରଣ କରିବାକୁ କଷ୍ଟକର ହୋଇଥିଲା । ସେତେବେଳେ ନୋଏଡାରେ ୧୪୪ ଧାରା ଲଗାଯାଇଥିଲା। ଏହାକୁ ଉଲ୍ଲଂଘନ କରିବା ଅଭିଯୋଗ ସହ ସେକ୍ସନ ୧୮୮ ଅନୁଯାୟୀ ପୋଲିସ ମାମଲା ରୁଜୁ କରିଥିଲା। ପରେ ଗୌରବଙ୍କୁ ପୋଲିସ ଗିରଫ କରିନେଇଥିବା ଜଣାପଡ଼ିଛି।

Share