Categories: ଜାତୀୟ

ଭାରତରେ ପଶି ପାରିବେ ନାହିଁ ଜଣାଶୁଣା ୟୁଟ୍ୟୁବର

ନୂଆଦିଲ୍ଲୀ,୧୦।୭: ଜଣାଶୁଣା ନ୍ୟୁଜିଲାଣ୍ଡ ୟୁଟ୍ୟୁବର କାର୍ଲ ରକ୍‌ଙ୍କୁ ଭାରତରେ ପ୍ରବେଶ କରିବା ଉପରେ ଗତ ଅକ୍ଟୋବରରୁ କଟକଣା ଲଗାଯାଇଛି। ଭାରତୀୟ ଭିଜାର ନିୟମ ଭଙ୍ଗ କରିଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଶନିବାର କୁହାଯାଇଛି।

ସେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧୀ ଆନ୍ଦୋଳନରେ ଭାଗ ନେଇଥିଲେ। ଏଥି ସହ ୟୁଟ୍ୟୁବ୍‌ ଭିଡିଓରେ ଭାରତୀୟଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ଭଳି କାର୍ଯ୍ୟ କରି ସେ ଭିଜା ନୀତିର ଉଲ୍ଲଂଘନ କରିଛନ୍ତି। ଏପରି କି ସେ ନାଗାଲାଣ୍ଡ, ଜମ୍ମୁ-କଶ୍ମୀର ଭଳି ସ୍ଥାନକୁ ବିନା ଅନୁମତିରେ ଯାଇ ଭିଡିଓ ପ୍ରସ୍ତୁତ କରିଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ପୂର୍ବରୁ ତାଙ୍କ ନିକଟରେ ପର୍ଯ୍ୟଟକ ଭିଜା ରହିଥିଲା। ଭାରତୀୟ ମହିଳାଙ୍କୁ ବିବାହ କରିବା ପରେ ତାହା ଏକ୍ସ-୨ ଭିଜାକୁ ପରିବର୍ତ୍ତନ ହୋଇଥିଲା। ଏହି ଭିଜାଧାରୀ ବିଦେଶୀ ନାଗରିକ କୌଣସି ବ୍ୟବସାୟିକ କାର୍ଯ୍ୟକଳାପରେ ଲିପ୍ତ ରହିପାରିବେ ନାହିଁ।

Share