କୋକୋକୋଲାରେ ମିଶାଇଥିଲେ ବେକିଂ ସୋଢ଼ା: ୪ ବର୍ଷ ପରେ ଘଟିଲା ଏମିତି କିଛି

ବେକିଂ ସୋଡା କିମ୍ବା ମେଣ୍ଟୋସକୁ କୋକୋକୋଲା ସହ ମିଶ୍ରଣକରି ଏକ ମିନି ବିସ୍ଫୋରଣ କରିବା ଏକ ଲୋକପ୍ରିୟ ବୈଜ୍ଞାନିକ ପ୍ରୟୋଗ। ନିକଟରେ ରୁଷିଆର ଏକ ୟୁଟ୍ୟୁବର ମ୍ୟାକ୍ସିମ ମୋନାଖୋଭ ଏହି ପ୍ରୟୋଗକୁ ଏକ ନୂଆ ଦିଶା ଦେଇଛନ୍ତି।
ଏକ ଟିମ୍‌ର ସହାୟତାରେ ମ୍ୟାକ୍ସିମ ଖାଲିପଡ଼ିଆରେ ଏକ ବିରାଟ ଗିଜର ସ୍ଥାପନ କରିଥିଲେ। ଉକ୍ତ ଗିଜରରେ ସେ ୧୦ ହଜାର ଲିଟର କୋକୋକକୋଲା ପୁରାଇଥିଲେ। ପରେ ବିସ୍ଫୋରଣ ସୃଷ୍ଟି କରିବା ପାଇଁ ସେଥିରେ ବେକିଂ ସେଢ଼ା ମିଶାଇଲେ। ଦୀର୍ଘ ୪ ବର୍ଷ ପରେ ଏହା ଜ୍ୱଳାମୁଖୀ ଭଳି ବିସ୍ଫୋରଣ ଘଟିଥିଲା। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓ ତିଆରି କରିବା ପାଇଁ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି। ଭିଡିଓଟି ହେଉଛି ୨୦ ମିନିଟର। ଅଗଷ୍ଟ ୨୧ରେ ଏହି ଭିଡିଓକୁ ଶେୟାର କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହାକୁ ୭.୭. ମିଲିୟନ ଲୋକ ଦେଖିସାରିଛନ୍ତି। ଏଥିସହ ୧୦ ଲକ୍ଷରୁ ଅଧିକ ଲାଇକ୍‌ ଏବଂ ୧.୨ ଲକ୍ଷରୁ ଊର୍ଦ୍ଧ୍ୱ କମେଣ୍ଟ ମିଳିସାରିଛି।

Share