ମା’ବାପାଙ୍କୁ ନେଇ ଅଶ୍ଳୀଳ ମନ୍ତବ୍ୟ: କ୍ଷମା ମାଗିଲେ ୟୁଟ୍ୟୁବର୍‌ ରଣବୀର

ମୁମ୍ବାଇ,୧୧ା୨: ରିୟାଲିଟି ଶୋ’ ‘ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ୍‌’ରେ ମା’ବାପାଙ୍କ ବିଷୟରେ ଅଶ୍ଳୀଳ ମନ୍ତବ୍ୟ ଦେବା ଲୋକପ୍ରିୟ ୟୁଟ୍ୟୁବର୍‌ ରଣବୀର ଆହ୍ଲାବାଦୀଆଙ୍କ ପାଇଁ ମହଙ୍ଗା ପଡ଼ିଛି। ମହାରାଷ୍ଟ୍ର ମହିଳା କମିଶନଙ୍କ ଅଭିଯୋଗ ଆଧାରରେ ସୋମବାର ମୁମ୍ବାଇ ପୋଲିସ ରଣବୀରଙ୍କ ସମେତ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଅର୍ପୂବା ମୁଖିଜା, ଷ୍ଟାଣ୍ଡ୍‌ଅପ୍‌ କମେଡିଆନ ସମୟ ରୈନା ଏବଂ ‘ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ୍‌’ର ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ କରିଛି। ରଣବୀର ‘ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ୍‌’ ଶୋ’ରେ ଯୋଗଦେଇ ଜଣେ ପ୍ରତିଯୋଗୀଙ୍କୁ ତାଙ୍କ ମା’ବାପାଙ୍କ ସମ୍ବନ୍ଧିତ ଏକ ଅଶ୍ଳୀଳ ପ୍ରଶ୍ନ ପଚାରିଥିଲେ।

ଏହାର ଏକ କ୍ଲିପ୍‌ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ରଣବୀର ଜଣେ ପ୍ରତିଯୋଗୀଙ୍କୁ ପଚାରୁଛନ୍ତି, କ’ଣ ତୁମେ ଜୀବନ ସାରା ତୁମ ମା’ବାପାଙ୍କୁ ପ୍ରତ୍ୟେକ ଦିନ ଯୌନ କ୍ରିୟା କରୁଥିବାର ଦେଖିବାକୁ ପସନ୍ଦ କରିବ। ରଣବୀରଙ୍କ ଏହି ଅଶ୍ଳୀଳ ପ୍ରଶ୍ନ ପରେ ତାଙ୍କ ସହ ଉପସ୍ଥିତ ଥିବା ସମୟ ଓ ଅର୍ପୂବା ହସି ହସି ରଣବୀରଙ୍କୁ ସମର୍ଥନ ଜଣାଇଛନ୍ତି। ଉକ୍ତ କ୍ଲିପ୍‌ ଭାଇରାଲ ହେବା ପରେ ବହୁ ସୋସିଆଲ ମିଡିଆ ୟୁଜର୍ସ ରଣବୀରଙ୍କୁ ସମାଲୋଚନା କରିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସୋମବାର ମୁମ୍ବାଇ ପୋଲିସର ଏକ ଟିମ୍‌ ‘ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ୍‌’ ଶୋ’ର ଷ୍ଟୁଡିଓରେ ପହଞ୍ଚି ତଦନ୍ତ ଚଳାଇଥିବା ନେଇ

ବିଭିନ୍ନ ଜାତୀୟ ଗଣମାଧ୍ୟମ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ଘଟଣାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ କହିଛନ୍ତି, ସେ ବର୍ତ୍ତମାନ ସୁଦ୍ଧା ରଣବୀରଙ୍କ ବିବାଦୀୟ ମନ୍ତବ୍ୟକୁ ଶୁଣି ନାହାନ୍ତି। ତେବେ ଭାରତୀୟ ସମାଜ ପ୍ରତି ତାଙ୍କ ମନ୍ତବ୍ୟ ଅତ୍ୟନ୍ତ ଅଶ୍ଳୀଳ ହୋଇଥିବା ସେ ଜାଣିବାକୁ ପାଇଛନ୍ତି। ଶୃଙ୍ଖଳାଗତ ସୀମାକୁ ଅତିକ୍ରମ କରିଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଉକ୍ତ ଭିଡିଓକୁ ହଟାଇବା ପାଇଁ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ୟୁଟ୍ୟୁବ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ସମାଜ ପାଇଁ ରଣବୀରଙ୍କ ମନ୍ତବ୍ୟ ଅତ୍ୟନ୍ତ ଆପତ୍ତିଜନକ ଓ ଅଶ୍ଳୀଳ ହୋଇଥିବା ଏନ୍‌ଏଚ୍‌ଆର୍‌ସି କହିଛନ୍ତି। ବିବାଦ ବଢ଼ୁଥିବା ଦେଖି ରଣବୀର ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି। ଏକ୍ସ’ରେ ଏକ ଭିଡିଓ ପୋଷ୍ଟ କରି ସେ ଶୋ’ର ନିର୍ମାତାଙ୍କୁ ଭିଡିଓର ବିବାଦୀୟ ଅଂଶ ହଟାଇବାକୁ ଅନୁରୋଧ କରିଛନ୍ତି। ରଣବୀର କହିଛନ୍ତି, ତାଙ୍କୁ ଏପରି ମନ୍ତବ୍ୟ ଦେବାର ନ ଥିଲା। ଏଥିପାଇଁ ସେ ଦୁଃଖିତ। ତାଙ୍କର ମନ୍ତବ୍ୟ ମଜାଳିଆ ମଧ୍ୟ ନ ଥିଲା। ଏପରି ମନ୍ତବ୍ୟ ଦେଇ ସେ ନିଜ ସ୍ତରକୁ ହ୍ରାସ କରିଛନ୍ତି। ଏଥିପାଇଁ ସେ ଭୁଲ ମାଗିଛନ୍ତି। ଆଗକୁ ଏପରି ଭୁଲ୍‌ କରିବେ ନାହିଁ ବୋଲି ରଣବୀର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁପର-୪’ରେ ସ୍ଥାନ ପକ୍କା କଲେ ଶ୍ରୀଲଙ୍କା, ବାଂଲାଦେଶ

ଆବୁଧାବି,୧୮ା୯: ନୁଓ୍ବାନ ଥୁସାରାଙ୍କ ଘାତକ ବୋଲିଂ ଓ ପରେ କୁସାଲ ମେଣ୍ଡିସଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଚଳିତ ଏସିଆ କପ୍‌ରେ ଗୁରୁବାର ଖେଳାଯାଇଥିବା ଗ୍ରୁପ୍‌-ବି’ର ଅନ୍ତିମ...

‘ଆସ ସ୍କୁଲ ଯିବା’: ଅଧାରୁ ପାଠ ଛାଡିଥିବା ୨୬ ଛାତ୍ରୀଛାତ୍ର ପୁଣି ପଢିବେ ପାଠ

ବରଗଡ,୧୮।୯(ପ୍ରେମାନନ୍ଦ ଖମାରୀ): ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ‘ଆସ ସ୍କୁଲ ଯିବା’...

କଲେଜ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର

ଗୋପାଳପୁର,୧୮ା୯(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଧୀନ ଏକ ଗ୍ରାମର ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର ମାମଲାରେ ଗୁରୁବାର ପୋଲିସ ଜଣେ ଯୁବକଙ୍କୁ ଗିରଫ...

ପୁଟିନଙ୍କ ଉପରେ ଖୁବ ରାଗିଲେ ଟ୍ରମ୍ପ

ଓ୍ବାଶିଂଟନ,୧୮।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରତି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଟ୍ରମ୍ପ କହିଛନ୍ତି...

୨୧ରେ ମାଓବାଦୀ ପାଳିବେ ପ୍ରତିଷ୍ଠା ଦିବସ: ବ୍ୟାନର ଲଗାଇ…

ବାଲିଗୁଡ଼ା,୧୮ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା, ସୁଡ୍ରା ଓ ଖମଣଖୋଲ ପଞ୍ଚାୟତରୁ ଫିରିଙ୍ଗିଆ ବ୍ଲକ୍‌କୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାର ଏକାଧିକ...

ଫାଇନାନ୍ସ ସଂସ୍ଥାର ଏଜେଣ୍ଟଙ୍କୁ ଅପହରଣ କରି କୋଟିଏ ଟଙ୍କା ରଖିଥିଲେ ମୁଣ୍ଡ ଜାମିନ: ଧରାପଡିବା ପରେ…

ଦିଗପହଣ୍ଡି/ଚିକିଟି,୧୮।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଅପହରଣ ଏବଂ ହତ୍ୟା ଉଦ୍ୟମ ଅଭିଯୋଗରେ ଗଞ୍ଜାମ ଜିଲା କେ.ନୂଆଗାଁ ପୋଲିସ ଜଣେ ଫେରାର ଥିବା ଅଭିଯୁକ୍ତଙ୍କୁ ଆନ୍ଧ୍ରପ୍ରଦେଶରୁ...

‘Gen-Z ବଞ୍ଚାଇବ ସମ୍ବିଧାନ’, ଦେଶରେ ନେପାଳ ଭଳି ନିଆଁ ଜାଳିବାକୁ ଚାହୁଁଛନ୍ତି ରାହୁଲ ଗାନ୍ଧୀ!

ନୂଆଦିଲ୍ଲୀ,୧୮।୯: ଭୋଟ ଚୋରି ଏବଂ ନିର୍ବାଚନ କମିଶନଙ୍କ ବିରୋଧରେ ଅଭିଯୋଗ ଠିକ ଅଛି, କିନ୍ତୁ ଏବେ ରାହୁଲ ଗାନ୍ଧୀ ଏପରି କିଛି କହିଛନ୍ତି ଯାହା କୌଣସି...

ପୁଣିଥରେ ଟିମ୍‌ ଇଣ୍ଡିଆ ପାଇଁ ଖେଳିବେ ଆର ଅଶ୍ୱିନ

ନୂଆଦିଲ୍ଲୀ,୧୮।୯: ଅନ୍ତର୍ଜାତୀୟ କ୍ରିକେଟ ଏବଂ IPLରୁ ଅବସର ନେଇଥିବା ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ପୁଣି ଥରେ ଟିମ ଇଣ୍ଡିଆ ପାଇଁ ଖେଳିବାର ଦେଖାଯିବେ। ଏଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image