ମାଟି ତଳେ ୫୦ ଘଣ୍ଟା ରହିଲେ ୟୁଟ୍ୟୁବର

ଓ୍ବାଶିଂଟନ,୩।୪: ୟୁଟ୍ୟୁବ୍‌ରେ ପ୍ରତିଦିନ ନୂଆ ନୂଆ ଘଟଣା ସମ୍ପର୍କରେ ଭିଡ଼ିଓ ଅପଲୋଡ୍‌ ହେଉଛି। ସମ୍ପ୍ରତି ଆମେରିକାର ଜଣେ ୟୁଟ୍ୟୁବର ମାଟି ତଳେ କଫିନ୍‌ରେ ୫୦ ଘଣ୍ଟା ରହିଥିବାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସେ ହେଉଛନ୍ତି ଖ୍ୟାତି ସମ୍ପନ୍ନ ୟୁଟ୍ୟୁବର ଜିମ୍ମି ଡୋନାଲ୍ଡସନ୍‌। ତାଙ୍କ କଫିନ୍‌ରେ କ୍ୟାମେରା ଏବଂ ଲାଇଟ୍‌ ଲଗାଯାଇଥିଲା। ଏହାପରେ କଫିନ୍‌କୁ ମାଟିରେ ପୋତି ଦିଆଯାଇଥିଲା। ଦୁଇ ଦିନରୁ ଅଧିକ ସମୟ ଧରି ମାଟି ତଳେ କଫିନ୍‌ରେ ରହିଥିତ୍ବା ଜିମ୍ମିଙ୍କ ଭିଡ଼ିଓ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ୫ କୋଟିରୁ ଅଧିକ ଥର ଦେଖା ସରିଲାଣି। କଫିନ୍‌ରେ ରହି ଜିମ୍ମି ନିଜ ବନ୍ଧୁମାନଙ୍କ ସହିତ କଥାବାର୍ତ୍ତା ହେଉଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି। ଜିମ୍ମି ମିଷ୍ଟର ବିଷ୍ଟ୍‌ ଭାବେ ବେଶ ପରିଚିତି ହାସଲ କରିଛନ୍ତି। ଏହି ଭିଡ଼ିଓକୁ ଅନ୍ୟ ସୋସିଆଲ ମିଡ଼ିଆରେ ମଧ୍ୟ ଶେୟାର କରାଯାଉଛି।

Share