ରୁଷିଆ ଉପରେ ୟୁଟ୍ୟୁବ୍‌ର ସର୍ଜିକାଲ ଷ୍ଟ୍ରାଇକ୍‌…

ମସ୍କୋ,୨୭।୨ : ରୁଷିଆ -ୟୁକ୍ରେନ ମଧ୍ୟରେ ଚାଲିଥିବା ମହାଯୁଦ୍ଧ ମଧ୍ୟରେ  ୟୁଟ୍ୟୁବ ପକ୍ଷରୁ ରୁଷିଆକୁ କଡ଼ ଝଟ୍‌କା ଲାଗିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବ୍‌ ମଧ୍ୟ ରୁଷିଆ ବିରୋଧରେ ଅଣ୍ଟା ଭିଡ଼ିଛି। ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବ୍‌ ରୁଷିଆର ମିଡିଆ ସଂଗଠନ ଆରଟିକୁ ସେମାନଙ୍କ ଭିଡିଓରେ ବିଜ୍ଞାପନରୁ ହେଉଥିବା ରାଜସ୍ବ ଉପରେ ରୋକ ଲଗାଇ ଦେଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ଦୁଇ ବର୍ଷ ମଧ୍ୟରେ୨୬ଟି ୟୁଟ୍ୟୁବ୍‌ ଚ୍ୟାନେଲରେ ବିଜ୍ଞାପନରୁ ରୁଷିଆ ୭ ମିଲିୟନ ରୁ ୩୨ ମିଲିୟନ ଡଲାର୍‌ ଲାଭ କରିଛି। ଏଭଳି ପରିସ୍ଥିତିରେ ୟୁଟ୍ୟୁବ୍‌ର ଏହି ପଦକ୍ଷେପ ଦ୍ୱାରା ରୁଷିଆ ସରକାରଙ୍କ ପାଇଁ ଏକ ବଡ ପ୍ରତିବନ୍ଧକ ସୃଷ୍ଟି ହୋଇଛି।

“ଅସାଧାରଣ ପରିସ୍ଥିତି”କୁ ଦର୍ଶାଇ ୟୁଟ୍ୟୁବ କହିଛି ଯେ  ଅନେକ ଚ୍ୟାନେଲର ମୋନେଟାଇଜେଶନ ଉପରେ ରୋକ ଲଗାଇଛି। ସମ୍ପ୍ରତି ୟୁରୋପିଆନ୍‌ର ପ୍ରତିବନ୍ଧକ ମଧ୍ୟରେ ଅନେକ ରୁଷୀୟ ଚ୍ୟାନେଲ ଅନ୍ତର୍ଭୁକ୍ତ ରହିଛି। ଏଥି ସହିତ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର ମଧ୍ୟ ଏକ ଟୁଇଟରେ କହିଛି ଯେ ରୁଷିଆର କିଛି ୟୁଜରଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି

Share