Categories: ଜାତୀୟ

ଓ୍ବାଇଏସ୍‌ଆର୍‌ ତେଲଙ୍ଗାନା ପାର୍ଟି ଅଧ୍ୟକ୍ଷା ଗିରଫ

ହାଇଦ୍ରାବାଦ,୨୫ା୪: ପୋଲିସ ଅଫିସରଙ୍କ ସହ ବଚସା ପରେ ଓ୍ବାଇଏସ୍‌ଆର୍‌ ତେଲଙ୍ଗାନା ପାର୍ଟି ଅଧ୍ୟକ୍ଷା ଓ୍ବାଇ.ଏସ୍‌. ଶର୍ମିଲାଙ୍କୁ ସୋମବାର ଗିରଫ କରାଯାଇଛି। ଶର୍ମିଲା କାର୍‌ ଯୋଗେ ତାଙ୍କ ହାଇଦ୍ରାବାଦ ବାସଭବନରୁ ବାହାରିଯିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ତାଙ୍କୁ ଅଟକାଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଶର୍ମିଲା ପୋଲିସ ଅଫିସରଙ୍କୁ ଗାଳିଗୁଲଜ କରିଥିଲେ। ପୋଲିସ ବିରୋଧର ପ୍ରତିବାଦରେ ସେ କିଛି ସମୟ ପାଇଁ ରାସ୍ତା ମଝିରେ ବସି ରହିଥିଲେ। ପରେ ଶର୍ମିଲା ପୋଲିସ ଅଫିସରଙ୍କୁ ଠେଲିଦେଇ ସ୍ଥାନ ଛାଡ଼ି ପଳାଇବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ତାଙ୍କୁ ଗିରଫ କରି ଜୁବିଲ୍‌ ହିଲ୍ସ ଥାନାକୁ ନେଇଯାଇଥିଲା। ଉତ୍ତେଜନା ଲାଗି ରହିଥିବାରୁ ଶର୍ମିଲାଙ୍କ ଘର ପାଖରେ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଟିଏସ୍‌ପିଏସ୍‌ସି ପ୍ରଶ୍ନପତ୍ର ଲିକ୍‌ ମମାଲାରେ ନିଜ ପକ୍ଷ ରଖିବା ପାଇଁ ଶର୍ମିଲା ଏସ୍‌ଆଇଟି କାର୍ଯ୍ୟାଳୟକୁ ଯିବାକୁ ଚାହୁଁଥିବାବେଳେ ପୋଲିସ ତାଙ୍କୁ ଗୃହବନ୍ଦୀ ରଖିଥିଲା ବୋଲି ସେ କହିଛନ୍ତି।

Share