Categories: ଜାତୀୟ

ୱାଇଏସଆର କଂଗ୍ରେସ ଦେଲା ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ

ଅମରାବତି,୨୪ ।୬: ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ଏନଡିଏରୁ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥି ଘୋଷଣା କରିଛି । ଓଡ଼ିଶାର ଶାସକ ବିଜୁ ଜନତା ଦଳ(ବିଜେଡି) ଦ୍ରୌପଦୀଙ୍କୁ ସମର୍ଥନ କରିଥିବା ବେଳେ ଆନ୍ଧ୍ର ପ୍ରଦେଶର ୱାଇଏସଆର କଂଗ୍ରେସ ବି ଦ୍ରୌପଦୀଙ୍କୁ ସମସର୍ଥନ କରିବ ବୋଲି ଘୋଷଣା କରିଛି ।
ଏନଡିଏ ପକ୍ଷରୁ ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପଦର ଦାବିଦାର କରିଥିବାରୁ ୱାଇଏସଆର କଂଗ୍ରେସ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ବୋଲି ଘୋଷଣା କରି ସାରିଛି । ଏହି ସୂଚନା ଗୁରୁବାର ରାତିରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି । ୧୮ ଜୁଲାଇରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ବିରୋଧି ନେତା ଯଶୱନ୍ତ ସିହ୍ନାଙ୍କ ବିରୋଧରେ ଏନଡିଏର ଦ୍ରୌପଦୀ ମୁର୍ମୁଙ୍କୁ ୱାଇଏସଆର କଂଗ୍ରେସର ସମର୍ଥନ ମିଳିବା ପରେ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥି ପାଇଁ ମଜବୁତ ଦାବିଦାର ହୋଇଯାଇଥିବା କୁହାଯାଉଛି ।

Share