Categories: ଜାତୀୟ

କଂଗ୍ରେସରେ ଯୋଗଦେଲେ ଶର୍ମିଳା

ହାଇଦ୍ରାବାଦ୍‌,୪।୧: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ଓ୍ବାଇଏସ୍‌ ଶର୍ମିଳା ଗୁରୁବାର କଂଗ୍ରେସରେ ଯୋଗ ଦେଇଛନ୍ତି। ସେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଏମ୍‌ପି ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଦଳର ସଦସ୍ୟତା ଗ୍ରହଣ କରିଥିଲେ।
ଶର୍ମିଳା କଂଗ୍ରେସରେ ଯୋଗଦେବା ଫଳରେ ଆନ୍ଧ୍ରପ୍ରଦେଶରେ ଦଳକୁ ମଜଭୁତ କରିବ। ଶର୍ମିଳା ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ। ସେ କଂଗ୍ରେସରେ ଯୋଗଦେବା ମାତ୍ରେ ସେ ତାଙ୍କ ପାର୍ଟି ଓ୍ବାଇଏସ୍‌ଆର୍‌ ତେଲଙ୍ଗାନାକୁ କଂଗ୍ରେସ ସହିତ ମିଶ୍ରଣ କରିବାକୁ ମଧ୍ୟ ଘୋଷଣା କରିଥିଲେ।
ଶର୍ମିଳା କହିଛନ୍ତି ଯେ, ମୋ ବାପାଙ୍କ ସ୍ବପ୍ନ ଥିଲା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ଉଚିତ୍‌। ମୁଁ ଖୁସି ଯେ ମୁଁ ଏଥିପାଇଁ କାମ କରିବି।

Share