Categories: ଜାତୀୟ

ସାଂସଦଙ୍କର ପୁଅ ଏବଂ ପତ୍ନୀଙ୍କୁ ଅପହରଣ

ଅମରାବତୀ,୧୬।୬: ଆନ୍ଧ୍ରପ୍ରଦେଶର ଶାସକ ଦଳ ଓ୍ବାଇଏସଆର୍‌ କଂଗ୍ରେସର ସାଂସଦ ଏମ.ଭି.ଭି. ସତ୍ୟନାରାୟଣଙ୍କ ପତ୍ନୀ, ପୁଅ ଏବଂ ତାଙ୍କ ଅଡିଟରଙ୍କୁ ଅପହରଣ କରାଯାଇଛି। ଗୁରୁବାର ବିଶାଖାପାଟନାରେ ତାଙ୍କୁ ଅପହରଣ କରାଯାଇଥିଲା। ଅପହରଣର କିଛି କିଛି ଘଣ୍ଟା ମଧ୍ୟରେ ପୋଲିସ ସମସ୍ତଙ୍କୁ ଉଦ୍ଧାର କରିଛି। ଏଥିସହ ଅଭିଯୁକ୍ତକୁ ଗିରଫ କରାଯାଇଛି। ପୋଲିସର ସୂଚନାନୁସାରେ, ଅପହରଣ କରିବାର କାରଣ ପରିବାର ଲୋକଙ୍କୁ ଟଙ୍କା ପାଇଁ ଦାବି କରାଯାଇଥା’ନ୍ତା। ରାତି ପ୍ରାୟ ୧୨ଟା ବେଳେ ପୋଲିସ ତିନିଜଣଙ୍କୁ ଉଦ୍ଧାର କରିଛି। ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଛି।

Share