ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ହେଉଥିବା ହିଂସା ଉପରେ ନୀରବତା ଭାଙ୍ଗିଲେ ୟୁନୁସ୍‌, କହିଲେ ସେମାନେ କ’ଣ ଆମ…

ଢାକା,୧୧ା୮: ବାଂଲାଦେଶର କାମଚଳା ସରକାରଙ୍କ ପରାମର୍ଶଦାତା ମହମ୍ମଦ ୟୁନୁସ ରବିବାର ସଙ୍କଟ ଜନିତ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟ ବିଶେଷକରି ହିନ୍ଦୁମାନଙ୍କୁ ଟାର୍ଗେଟ୍‌ କରି ହେଉଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି। ମହମ୍ମଦ ୟୁନୁସ୍‌ ଚେତାବନୀ ଦେଇ କହିଛନ୍ତି ଯେ, ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ‘ସେମାନଙ୍କ ଅଗ୍ରଗତିକୁ କ୍ଷୁଣ୍ଣ କରିବାକୁ’ ଚେଷ୍ଟା ହୋଇପାରେ।

ୟୁନୁସ୍‌ ରଙ୍ଗପୁର ସହରର ବେଗମ୍‌ ରୋକିଆ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ କହିଥିଲେ, ‘ସେମାନେ (ସଂଖ୍ୟାଲଘୁ) ଏହି ଦେଶର ଲୋକ ନୁହନ୍ତି କି? ଆପଣ (ଛାତ୍ରମାନେ) ଏହି ଦେଶକୁ ବଞ୍ଚାଇବାରେ ସକ୍ଷମ ଅଟନ୍ତି; ଆପଣ କ’ଣ କିଛି ପରିବାରକୁ ବଞ୍ଚାଇ ପାରିବେ ନାହିଁ? ଆପଣଙ୍କୁ କହିବାକୁ ପଡ଼ିବ ଯେ ‘ନା’ ଜଣେ ସେମାନଙ୍କୁ କ୍ଷତି ପହଞ୍ଚିପାରେ, ଆମ୍ଭେମାନେ ଏକାଠି ଯୁଦ୍ଧ କରିବା ଏବଂ ଆମ୍ଭେମାନେ ଏକାଠି ରହିବା। ’

ହିନ୍ଦୁମାନେ ବାଂଲାଦେଶର ସବୁଠାରୁ ବଡ଼ ସଂଖ୍ୟାଲଘୁ ଗୋଷ୍ଠୀ ଅଟନ୍ତି। ବାଂଲାଦେଶରେ ସମୁଦାୟ ହିନ୍ଦୁ ସଂଖ୍ୟା ୧.୩ କୋଟି ଅର୍ଥାତ୍‌ ବାଂଲାଦେଶର ମୋଟ୍‌ ଜନସଂଖ୍ୟାର ୮ ପ୍ରତିଶତ।

ଶେଖ ହସିନାଙ୍କ ଦେଶର ୫୨ଟି ଜିଲାରେ ସଂଖ୍ୟାଲଘୁ ଲୋକଙ୍କ ଉପରେ ୨୦୫ ଥର ଆକ୍ରମଣ ହୋଇଛି। ତେବେ ଆକ୍ରମଣର କାରଣ ସମ୍ପର୍କରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ମତ ରଖାଯାଉଛି।

ବାଂଲାଦେଶରେ ହିନ୍ଦୁ ତଥା ଅନ୍ୟାନ୍ୟ ସଂଖ୍ୟାଲଘୁ ଏବଂ ସେଠାରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଭାରତ ସରକାର ଏକ ସ୍ବତନ୍ତ୍ର କମିଟି ଗଠନ କରିଛନ୍ତି। ବାଂଲାଦେଶର ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଅଭିଯୋଗ ପରେ ଦେଶ ସରକାର ଅଗଷ୍ଟ ୧୧ ରବିବାରଠାରୁ ଦେଶର ଧାର୍ମିକ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ହଟ୍‌ଲାଇନ ଆରମ୍ଭ କରିବାକୁ ଚାହୁଁଛନ୍ତି।

Share