ବାଂଲାଦେଶ ହିଂସା ମଧ୍ୟରେ ଜନ୍ମାଷ୍ଟମୀକୁ ନେଇ ୟୁନୁସ୍‌ ଦେଲେ ବଡ଼ ବିବୃତ୍ତି, କହିଲେ ଆମ ଦେଶର…

ଢାକା,୨୬ା୮: କୃଷ୍ଣ ଜନ୍ମାଷ୍ଟମୀଙ୍କର ଗୋଟିଏ ଦିନ ପୂର୍ବରୁ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସ୍‌ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଏକ ବଡ଼ ପ୍ରତିଶ୍ରୁତି ଦେଇଥିଲେ। ସେ କହିଛନ୍ତି, ତାଙ୍କ ସରକାର ନିଶ୍ଚିତ କରିବେ ଯେ, ଦେଶରେ ଧାର୍ମିକ ତଥା ରାଜନୈତିକ କାରଣରୁ କାହାକୁ ଭେଦଭାବ କରାଯାଉ ନାହିଁ।

ଏକ ରିପୋର୍ଟରେ ଦର୍ଶାଯାଇଛି, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀଙ୍କୁ ବାଂଲାଦେଶରେ ଜାତୀୟ ଛୁଟି ଘୋଷଣା କରାଯାଇଛି। ଏହାର ଗୋଟିଏ ଦିନ ପୂର୍ବରୁ ୟୁନୁସ୍‌ ଟେଲିଭିଜନରେ ଦେଶକୁ ସମ୍ବୋଧିତ କରି କହିଥିଲେ ଯେ, ଭିନ୍ନ ଭିନ୍ନ ଧର୍ମ ଅନୁସରଣ କରିବା କିମ୍ବା ଭିନ୍ନ ରାଜନୈତିକ ମତ ରଖିଥିବାରୁ ଆମ ସରକାର କାହାକୁ ଭେଦଭାବ କରିବେ ନାହିଁ। ଆମେ ଦେଶର ସମସ୍ତ ନାଗରିକଙ୍କୁ ଗୋଟିଏ ପରିବାର ଭାବରେ ଅନ୍ତର୍ଭୁକ୍ତ କରିବାକୁ ଚାହୁଁଛୁ। ଧାର୍ମିକ ସଂଖ୍ୟାଲଘୁ, ଜନଜାତି ଏବଂ ବର୍ଗର ଲୋକମାନେ ସମାନ ଅଧିକାର ସହିତ ନୂତନ ବାଂଲାଦେଶରେ ସମାନ ନାଗରିକ ଅଟନ୍ତି।

ବାଂଲାଦେଶରେ ଆଜି ଅର୍ଥାତ୍‌ ସୋମବାର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ କରାଯାଉଛି
ମହମ୍ମଦ ୟୁନୁସଙ୍କ ଏହି ବିବୃତ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। କାରଣ ଶେଖ୍‌ ହାସିନାଙ୍କ ଇସ୍ତଫା ପରେ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟମାନେ କ୍ରମାଗତ ଭାବରେ ଇସ୍‌ଲାମିକ ମୌଳବାଦୀଙ୍କ ଦ୍ୱାରା ଟାର୍ଗେଟ୍‌ର ଶିକାର ହେଉଛନ୍ତି। ବାଂଲାଦେଶର ରାଜଧାନୀ ଢାକା ଏବଂ ଅନ୍ୟାନ୍ୟ ସହରରେ ଅବସ୍ଥିତ ହିନ୍ଦୁ ମନ୍ଦିରରେ ଜନ୍ମାଷ୍ଣମୀ ପର୍ବ ପାଳନ କରାଯାଉଛି। ପ୍ରତିବର୍ଷ ଜନମାଷ୍ଟମୀ ଉପରେ ଢାକାରେ ଏକ ବିଶାଳ ଶୋଭାଯାତ୍ରା କରାଯାଏ। ଅଗଷ୍ଟ ୫ରେ ହାସିନା ସରକାର ପତ୍ତନ ପରେ ଚଳିତ ବର୍ଷ ବାଂଲାଦେଶରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀଙ୍କୁ ନେଇ ଅନେକ ପ୍ରଶ୍ନ ଉଠିଥିଲା।

Share