ରିଲାଏନ୍ସ ରିଟେଲ ପକ୍ଷରୁ ୟୁଷ୍ଟାର ଶୁଭାରମ୍ଭ

ଭୁବନେଶ୍ୱର,୨୭।୮: ରିଲାଏନ୍ସ ରିଟେଲ ପକ୍ଷରୁ ଯୁବ ଫ୍ୟାଶନ ରିଟେଲ ଫର୍ମାଟ ୟୁଷ୍ଟା’ର ଆନୁଷ୍ଠାନିକ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ହାଇଦ୍ରାବାଦଠାରେ ୟୁଷ୍ଟାର ପ୍ରଥମ ଷ୍ଟୋର ସହିତ ନୂଆ ଫର୍ମାଟର ଶୁଭାରମ୍ଭ କରାଯାଇଛି। ଏପରିକି ସର୍ବାଧୁନିକ ଜ୍ଞାନକୌଶଳସମ୍ପନ୍ନ ଷ୍ଟୋର ଲେ-ଆଉଟ ସହିତ ୟୁଷ୍ଟାରେ ଯୁବବର୍ଗର ଗ୍ରାହକଙ୍କ ପାଇଁ ସୁଲଭ ମୂଲ୍ୟରେ ହାଇ-ଫ୍ୟାଶନ ଉପଲବ୍ଧ ହେଉଛି। ଉଦାହରଣ ସ୍ବରୂପ ଏଠାରେ ମିଳୁଥିବା ସମସ୍ତ ସାମଗ୍ରୀର ମୂଲ୍ୟ ୯୯୯ ଟଙ୍କାରୁ କମ୍‌ ରହିଥିବାବେଳେ ଅଧିକାଂଶ ସାମଗ୍ରୀର ମୂଲ୍ୟ ୪୯୯ ଟଙ୍କାରୁ କମ୍‌ ରହିଛି। ସେହିଭଳି ଉଭୟ ପୁରୁଷ ଓ ମହିଳାଙ୍କ ପୋଷାକ ସାଙ୍ଗକୁ ବିଭିନ୍ନ ବର୍ଗର ପୋଷାକ ଓ ସାପ୍ତାହିକ ରିଫ୍ରେଶ୍‌ କ୍ୟାପ୍‌ସୁଲ ସହ ୟୁଷ୍ଟାରେ ପ୍ରତି ସପ୍ତାହରେ ଷ୍ଟାରିଂ ନାଓ କଲେକ୍ସନ ଜରିଆରେ ସ୍ବଆଧୁନିକ ଫ୍ୟାଶନ ଏବଂ ମ୍ୟାଚିଂ ଆସେସୋରି ସହ ଏକ ସମ୍ପୂର୍ଣ୍ଣ ଆଉଟ୍‌ଫିଟ୍‌ ଭାବେ ପ୍ରସ୍ତୁତ ରହିବ। ଏ ସମ୍ପର୍କରେ ରିଲାଏନ୍ସ ରିଟେଲର ଫ୍ୟାଶନ ଓ ଲାଇଫ୍‌ଷ୍ଟାଇଲ ସଭାପତି ଓ ସିଇଓ ଅଖିଳେଶ ପ୍ରସାଦ କହିଛନ୍ତି, ୟୁଷ୍ଟା ଏକ ଯୁବ ଓ ଡାଇନାମିକ ବ୍ରାଣ୍ଡ୍‌ ଯାହା ଦେଶର ଯୁବପିଢ଼ି ସହ ଆଗକୁ ବଢିବ ଏବଂ ସମୃଦ୍ଧ ହେବ। ଏହି ଟିମ୍‌ ଭାରତର ଯୁବ ପିଢ଼ି ସହିତ ଲଗାତର କାର୍ଯ୍ୟ କରି ନୂଆ ଫ୍ୟାଶନ ଆବଶ୍ୟକତା ଉପରେ କାର୍ଯ୍ୟ କରିବ।

Share