Categories: ଖେଳ

ସଚିନ୍‌ଙ୍କ ପରେ ଏହି କ୍ରିକେଟର ହେଲେ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୮।୩: ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପରେ ଆଉ ଜଣେ କ୍ରିକେଟରେ କରୋନା ସଂକ୍ରମିତ ହୋଇଛନ୍ତି। ସେ ହେଲେ ପୂର୍ବ ଅଲ୍‌ରାଉଣ୍ଡର ୟୁସୁଫ ପଠାନ। କୋଭିଡ ପଜିଟିଭ୍‌ ଜଣାପଡ଼ିବା ପରେ ସେ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି।

ୟୁସୁଫ ନିଜର ସୋସିଆଲ ଆକାଉଣ୍ଟରେ ସୂଚନା ଦେଇ ଲେଖିଛନ୍ତି, ମୋର କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ସାମାନ୍ୟ ଲକ୍ଷଣ ରହିଥିଲା। ହେଲେ ଜଣାପଡ଼ିବା ପରେ କ୍ୱାରାଣ୍ଟାଇନ୍‌ରେ ରହିଛି। ଆବଶ୍ୟକୀୟ ସାବଧାନତା ଅବଲମ୍ବନ କରୁଛି ବୋଲି ସେ କହିଛନ୍ତି।

Share