ସଞ୍ଜୟଙ୍କୁ ଯୁବ, ମାନସଙ୍କୁ ବାଲ୍‌

ଭୁବନେଶ୍ୱର,୧୬।୬ (ଶର୍ମିଷ୍ଠା ପାଣିଗ୍ରାହୀ)କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ଓ ବାଲ୍‌ ପୁରସ୍କାର – ୨୦୨୪ ଶନିବାର ଘୋଷଣା କରାଯାଇଛି। ଓଡ଼ିଆ ଭାଷାରେ ଯୁବ କଥାକାର ସଞ୍ଜୟ ପଣ୍ଡା ‘ଯୁବ ପୁରସ୍କାର’ ପାଇବା ପାଇଁ ମନୋନୀତ ହୋଇଛନ୍ତି। ତାଙ୍କ ଗଳ୍ପ ପୁସ୍ତକ ‘ହୁ ବାଇଆ’ ପାଇଁ ସେ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିପରି ‘ବାଲ ପୁରସ୍କାର’ ପାଇଁ ଶିଶୁ ସାହିତି୍ୟକ ମାନସ ରଞ୍ଜନ ସାମଲ ମନୋନୀତ ହୋଇଛନ୍ତି। ତାଙ୍କ ପୁସ୍ତକ ‘ଗପ କଳିକା’ ପାଇଁ ସେ ଏହି ପୁରସ୍କାର ପାଇବେ। ପୁରସ୍କାର ସ୍ବରୂପ ନଗଦ ୫୦ହଜାର ଟଙ୍କାର ଅର୍ଥରାଶି ସହିତ ତମ୍ବା ଫଳକ ପ୍ରଦାନ କରାଯିବ। ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ସଞ୍ଜୟଙ୍କୁ ଯୁବ, …
ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଭୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ଏକାଡେମୀ ପକ୍ଷରୁ ଗୁଜରାଟର ନର୍ମଦା ଜିଲାରେ ଅନୁଷ୍ଠିତ ଏକାଡେମୀର କାର୍ଯ୍ୟନିର୍ବାହୀ ବୈଠକରେ ମୋଟ ୨୩ଟି ଭାଷା ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି। ତେବେ ସଂସ୍କୃତ ଭାଷା ପାଇଁ ପରବର୍ତ୍ତୀ ସମୟରେ ପୁରସ୍କାର ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ବୈଠକରେ ଓଡ଼ିଆ ଭାଷାର ଉପଦେଷ୍ଟା ମଣ୍ଡଳୀ ଆବାହକ ଡ. ଗୌରହରି ଦାସ, ସଭାପତି ମାଧବ କୌଶିକ, ଉପସଭାପତି କୁମୁଦ ଶର୍ମା, କାର୍ଯ୍ୟନିର୍ବାହୀ ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ୍‌ ପୁରସ୍କାର ପାଇବା ପରେ ସାହିତି୍ୟକ ମାନସ କହିଛନ୍ତି, ପୁରସ୍କାର ଯେକୌଣସି ଲେଖକ ପାଇଁ ଏକ ବଡ଼ ଉପଲବ୍ଧି। ତାହା ଲେଖକର ଆତ୍ମବିଶ୍ୱାସ ବଢ଼ାଇବା ସଙ୍ଗେସଙ୍ଗେ ଖୁସି ଓ ଆନନ୍ଦ ଆଣିଦେଇଥାଏ। ସମ୍ମାନ, ପୁରସ୍କାର ସାରସ୍ବତ ସ୍ରଷ୍ଟାଙ୍କୁ ନୂଆ ସୃଷ୍ଟି ପାଇଁ ପ୍ରୋତ୍ସାହନ ଦେଇଥାଏ। ସେମାନେ ଅଧିକ ଦାୟିତ୍ୱସମ୍ପନ୍ନ ହୋଇ ସାହିତ୍ୟ ରଚନା କରିଥାନ୍ତି, ଯାହା ମୋ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ। ଯାଜପୁର ଜିଲା ସିଂହପୁରଠାରେ ଜନ୍ମଗ୍ରହଣ କରିଥିବା ମାନସ ଦୀର୍ଘ ୪୦ ବର୍ଷ ଧରି ସାହିତ୍ୟ କ୍ଷେତ୍ରରେ ରଚନା ଜାରି ରଖିଛନ୍ତି। ସେ ନ୍ୟାଶନାଲ୍‌ ବୁକ୍‌ ଟ୍ରଷ୍ଟ ଓ ଇଣ୍ଡିଆ ଓଡ଼ିଆ ଭାଷା ପରାମର୍ଶଦାତା ମଣ୍ଡଳୀର ସଦସ୍ୟ ଅଛନ୍ତି। ୩୭ ବର୍ଷ ଧରି ସେ ଝୁମୁକା ପତ୍ରିକାର ସମ୍ପାଦକ ରହିଛନ୍ତି। ‘ମନଛୁଆଁ ଗୀତ’ ପୁସ୍ତକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, କବିତା ପୁସ୍ତକ ‘ମହତ ସହିବା ଜନ’ ପାଇଁ ଭାରତ ସରକାରଙ୍କ ଏନ୍‌ସିଇଆର୍‌ଟିର ଜାତୀୟ ପୁରସ୍କାର, କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗ ପକ୍ଷରୁ ଶ୍ରେଷ୍ଠ ଶିଶୁ ସାହିତି୍ୟକ ଭାବେ ସମ୍ବର୍ଦ୍ଧନା ସମେତ କାଦମ୍ବିନୀ କୁନିକଥା ଶିଶୁ ସାହିତ୍ୟ ପୁରସ୍କାର, ରାଜଧାନୀ ପୁସ୍ତକମେଳା ପୁରସ୍କାର ଭଳି ୪୦ରୁ ଊର୍ଦ୍ଧ୍ୱ ପୁରସ୍କାର ଓ ସମ୍ମାନ ସେ ପାଇଛନ୍ତି। ଏଥିସହ ୨୦ରୁ ଊର୍ଦ୍ଧ୍ୱ ମୌଳିକ ପୁସ୍ତକ ରଚନା କରିଥିବା ବେଳେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଭାରତୀୟ ଭାଷା ଓ କେନ୍ଦ୍ରୀୟ ସଂସ୍ଥାନ ମହୀଶୂରର ପ୍ରକଳ୍ପ ଅଧୀନରେ ୨୫୦ରୁ ଊର୍ଦ୍ଧ୍ୱ ଶିଶୁସାହିତ୍ୟ ଗଳ୍ପ ପୁସ୍ତକ ଇଂଲିଶରୁ ଓଡ଼ିଆ ଭାଷାରେ ଅନୁବାଦ କରିଛନ୍ତି।
ସେହିପରି କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଁ ମନୋନୀତ ହେବା ପରେ ସଞ୍ଜୟ କହିଛନ୍ତି, ମୁଁ ନବମ ଶ୍ରେଣୀରେ ପଢ଼ୁଥିବାବେଳେ ପ୍ରଥମ ଗଳ୍ପ ଲେଖିଥିଲି, ଯାହାକୁ ସାଇତି ରଖିପାରି ନ ଥିଲି । ତା’ପରେ ଅନେକ ଗଳ୍ପ ଲେଖିଥିଲେ ବି ପ୍ରଥମ ଗଳ୍ପର କାହାଣୀଟି ମୋର ଭଲଭାବରେ ମନେ ରହିଯାଇଥିଲା। ସ୍ନାତକ ପ୍ରଥମ ବର୍ଷରେ ପଢ଼ିବା ବେଳେ କଲେଜ ଗଳ୍ପ ଲିଖନ ପ୍ରତିଯୋଗିତାରେ ସମାନ କାହାଣୀରେ ଗଳ୍ପଟିଏ ଲେଖି ପ୍ରଥମ ହୋଇଥିଲି ଓ ଅନେକ ପ୍ରଶଂସା ପାଇଥିଲି। ଶୀର୍ଷକ ଥିଲା ‘ସନ୍ଦେହ ଜଙ୍ଗଲରେ ପ୍ରବାସୀ ମଣିଷ’। ଏହି ଭଲପାଇବାରେ ଉତ୍ସାହିତ ହୋଇ ମୁଁ ଲେଖାଲେଖି ପ୍ରତି ମନ ବଳାଇଲି। ମୋର ନିଜ ଆତ୍ମବିଶ୍ବାସ ହିଁ ଅଧିକରୁ ଅଧିକ ପ୍ରେରଣା ଯୋଗାଇଲା। ଯେହେତୁ ଗଳ୍ପ ମାଧ୍ୟମରେ ନିଜ ଭାବାବେଗକୁ ଭଲଭାବରେ ବ୍ୟକ୍ତ କରିପାରୁଥିଲି, ତେଣୁ ବିଶେଷ କରି ଗଳ୍ପ ଦୁନିଆରେ ପାଦଦେଲି। ବାଲେଶ୍ୱର ଜିଲା କୁରୁଡ଼ାରେ ଜନ୍ମିତ ସଞ୍ଜୟ ବୃତ୍ତିରେ ଜଣେ ଶିକ୍ଷକ। ସେ ଟାଇମ୍‌ପାସ୍‌ ଉଦୟରାଗ ସମ୍ମାନ, କଥା ନବପ୍ରତିଭା ପୁରସ୍କାର, କାଦମ୍ବିନୀ ନବଉନ୍ମେଷ ପୁରସ୍କାର, ଫକୀରମୋହନ ବିଶ୍ବବିଦ୍ୟାଳୟ ଯୁବ ଗାଳ୍ପିକ ପୁରସ୍କାର ଭଳି ଅନେକ ପୁରସ୍କାର ପାଇଛନ୍ତି। ୨୦୨୧ରେ ‘ହୁ ବାଇଆ’ ପୁସ୍ତକ ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri