ଭାଇଚାରା ସହ ବଡ଼ଦିନ ପାଳନ ପାଇଁ ବାର୍ତ୍ତା ଦେଲେ ଯୁବସଂଘ

ବ୍ରାହ୍ମଣୀଗାଁ,୨୧।୧୨(ମନୋରଞ୍ଜନ ରଣା)- ବଡ଼ଦିନ ପାଳନ ପାଇଁ କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି । ଏହି ପର୍ବ ପାଳନ ପାଇଁ ବିଭିନ୍ନ ସମ୍ପ୍ରଦାୟ ପକ୍ଷରୁ ଭାଇଚାରାର ବାର୍ତ୍ତା ପ୍ରଦାନ କରାଯାଉଛି। ଏହି ଅବସରରେ ଯୁବସଙ୍ଘ ପକ୍ଷରୁ ଘରକୁ ଘର ବୁଲି ପ୍ରାକ୍‌ ଖ୍ରୀଷ୍ଟ ଜନ୍ମ ଜୟନ୍ତୀ ର ଅଭିବାଦନ ଜଣାଉଥିବା ଦେଖିବାକୁ ମିଳିଛି । ଶାନ୍ତି ମୈତ୍ରୀର ବାର୍ତ୍ତା ପ୍ରଦାନ ସହ ଶାନ୍ତି ଶୃଙ୍ଖଳାର ସହ ଏହି ପର୍ବ ପାଳନ ପାଇଁ କୁହାଯାଉଛି । ଏହି ଅବସରରେ ଯୁବ ସଂଘ ସଭାପତି ତରୁଣ ନାୟକଙ୍କ ନେତୃତ୍ୱରେ ସମସ୍ତ ଯୁବଗୋଷ୍ଠୀ ଏକତ୍ରିତ ହୋଇ ସାଣ୍ଟାକ୍ଲସ ବେଶରେ ଶିଶୁ ଯୀଶୁଙ୍କ ପ୍ରତିମୂର୍ତ୍ତି ଧରି , ଗୀତ ନାଚ କରିଛନ୍ତି। ଏପରିକି ଘରକୁ ଘର ବୁଲି ଖ୍ରୀଷ୍ଟଙ୍କ ଶାନ୍ତିର ବାର୍ତ୍ତା ବାଣ୍ଟିବା ସହ ନିଜ ନିଜକୁ ଆତ୍ମିକ ଭାବେ ପ୍ରସ୍ତୁତ କରି ବଡ଼ଦିନ ପର୍ବକୁ ଜନ୍ମ ଜୟନ୍ତୀ ଭାବେ ଆଡ଼ମ୍ବର ସହକାରେ ପାଳନ କରିବାକୁ ବାର୍ତ୍ତା ବାଣ୍ଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ପ୍ରଭାବ: ଘରଉପରେ ପଡ଼ିଲା ଗଛ

ରାଇକିଆ,୨୪।୪:(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ଅପରାହ୍ନରେ କାଳବୈଶାଖୀ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ଘଟିଛି । ପ୍ରବଳ ବେଗରେ ପବନ ବହିବା...

କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଦାବିପତ୍ର

କେସିଙ୍ଗା,୨୬ା୪(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ବିଭିନ୍ନ ୱାର୍ଡରେ ଏନ୍‌ଏସି ପକ୍ଷରୁ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଛି। କିନ୍ତୁ ୱାର୍ଡ ନଂ.୧୧ରେ କଲ୍ୟାଣ ମଣ୍ଡପ...

ପହଲଗାମ ଆକ୍ରମଣକୁ ନେଇ ଏମିତି କ’ଣ କହିଲେ ସୁଲତା: ପୁରା ଯୋଗ୍ୟତା ନେଇ ପଛରେ ପଡ଼ିଗଲେ ଜୟନାରାୟଣ

ଭୁବନେଶ୍ୱର,୨୬।୪: ସାଂସଦ ସୁଲତା ଦେଓଙ୍କ ମନ୍ତବ୍ୟକୁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନିନ୍ଦା କରିଛନ୍ତି। ଅମଣିଷ ଭାବେ ଏଭଳି କଥା ସବୁ କହିବା ଅତ୍ୟନ୍ତ ନିନ୍ଦନୀୟ।...

ଖଣିରୁ ପରିବହନ ବନ୍ଦ ପ୍ରତିବାଦରେ ଜିଲାପାଳଙ୍କୁ ଦାବିପତ୍ର

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଳକ ଉପର କାଦକଳା ଗ୍ରାମରେ ଥିବା ସିରକାଗୁଟ ଲୌହ ଓ ମାଙ୍ଗାନିଜ ଖଣି ରାସ୍ତାରେ ଆନ୍ଦୋଳନ ଯୋଗୁ ପରିବହନ କାର୍ଯ୍ୟ...

ଏପ୍ରିଲ ୨୯ରୁ ଜୁନ ୨୭ ଯାଏ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ 

ପୁରୀ ଅଫିସ,୨୬।୪: ଆସନ୍ତା ଏପ୍ରିଲ ୨୯ରୁ ଜୁନ୍‌ ୨୭ ତାରିଖ ଯାଏ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶନିବାର ଏଏସ୍‌ଆଇ...

କଟକରେ ପାକିସ୍ତାନୀ ମହିଳା, ଭାରତ ଛାଡ଼ିବା ଲାଗି କରାଗଲା ନୋଟିସ

କଟକ,୨୬।୪: ଜମ୍ମୁ କଶ୍ମୀର ପହଲଗାମରେ ନିର୍ଦ୍ଦୋଶ ପର୍ଯ୍ୟଟକଙ୍କୁ ହତ୍ୟା ଘଟଣାକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି। ତ୍ୱରିତ ପଦକ୍ଷେପ ନେଇ...

ନିଆଁ ଲାଗି ୧୫ ବଖରା ପାଉଁଶ

ଖୋର୍ଦ୍ଧା,୨୬।୪: ଖୋର୍ଦ୍ଧା ଟାଙ୍ଗୀ ଥାନା ବିନ୍ଧାଣିଆ ଗାଁରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୫ ପରିବାରର ୧୫ ବଖରା ଘର ପୋଡି ପାଉଁଶ...

ଛପରଫାଡିକି ଦେଲେ ଭଗବାନ୍‌ : ଆଖି ଖୋଲୁଖୋଲୁ କୋଟିପତି, ପୁଣି ଜଣେ ଓଡ଼ିଆ ପୁଅ ଜିତିଲେ ୩କୋଟି ଥାର୍‌

ଖୋର୍ଦ୍ଧା ,୨୦।୪: ରାତାରାତି ବଦଳିଗଲା ଭାଗ୍ୟ। ଅନଲାଇନ ଗେମ୍‌ରେ ମାତ୍ର ୪୯ଟଙ୍କା ଲଗାଇ ଜିତିଲେ ୩କୋଟି ଟଙ୍କା ଓ ମହିନ୍ଦ୍ରା ଥାର। ଏପରି ପୁଣି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image