Categories: ଖେଳ

ଖାତିର କରୁ ନ ଥିବା ସତ୍ତ୍ୱେ ହେଜଲଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଯୁବରାଜ: ବନ୍ଧୁଙ୍କୁ ଦେଇଥିଲେ ଏହି ଧମକ

ନୂଆଦିଲ୍ଲୀ,୧୨।୧୨: କ୍ରିକେଟର-ବଲିଉଡ୍‌ ଅଭିନେତ୍ରୀମାନଙ୍କ ମଧ୍ୟରେ ସମ୍ପର୍କ କିଛି ନୂଆ କଥା ନୁହେଁ। ଅତିତରେ ଅନେକ ଅଭିନେତ୍ରୀ କ୍ରିକେଟରମାନଙ୍କୁ ଡେଟ୍‌ କରିଥିଲେ ହେଁ କିଛି ବିବାହ କରିବାରେ ସଫଳ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଯୁବରାଜ ସିଂହ ଏବଂ ହେଜଲ କିଚଙ୍କ ଯୋଡ଼ି ଅନ୍ୟତମ। ୨୦୧୫ ନଭେମ୍ବର ୧୨ରେ ଉଭୟ ନିର୍ବନ୍ଧ କରିଥିବା ବେଳେ ଏହାର ଏକ ବର୍ଷ ପରେ ବିବାହ କରିଥିଲେ। ହେଲେ ସେମାନଙ୍କର ସମ୍ପର୍କ ସେତେଟା ସହଜ ନ ଥିଲା।

ସାଢ଼େ ୩ ବର୍ଷ ପର୍ଯ୍ୟନ୍ତ ଭେଟିବାକୁ ମନା କରିଆସୁଥିଲେ ହେଜଲ। ଯେତେବେଳେ ତାଙ୍କୁ ଭେଟିଲେ ଯୁବରାଜଙ୍କୁ ଜଣେ ପୁଅ ପରି ମନେ ହୋଇଥିଲେ। କାରଣ ତାଙ୍କ ଚାଲିଚଳଣ ସେଭଳି ଥିଲା। ପରେ ସାମାନ୍ୟ କଫି ପିଇବାକୁ କହିଥିଲେ ହେଁ ସେ ୭ରୁ ୮ ଥର ମନା କରିଦେଇଥିଲେ। ଏକଦା ସେ ତାଙ୍କ ଦେହ ଖରାପ ଥିବା ହେଜଲଙ୍କୁ କହିଥିଲେ। ଏହାର ଜବାବ ମିଳିଥିଲା ‘ଗୁଡ୍‌ ଲକ୍‌’। ଯୁବରାଜଙ୍କୁ ଏହା ଅଜବ ଲାଗିଥିଲା। ସେ ହେଜଲଙ୍କ ନାଁ ଫୋନରୁ କାଟି ମଧ୍ୟ ଦେଇଥିଲେ। ଏହାର ୩ ବର୍ଷ ପରେ ଯୁବରାଜ ତାଙ୍କୁ ଫେସବୁକ୍‌ରେ ଦେଖିଥିଲେ। ସେ ଯୁବରାଜଙ୍କ ବନ୍ଧୁଙ୍କ ଫ୍ରେଣ୍ଡଲିଷ୍ଟରେ ଥିଲେ। ଏହା ଜାଣିପାରି ଯୁବରାଜ ହେଜଲଙ୍କୁ କିଭଳି ଜାଣନ୍ତି ବୋଲି ବନ୍ଧୁଙ୍କୁ ପଚାରିଥିଲେ। ସେ ହେଜଲଙ୍କୁ ଭେଟିଥିବା ଏବଂ ଜାଣିଥିବା କହିଥିଲେ। ପରେ ଯୁବରାଜ କହିଥିଲେ ଏହି ଝିଅଠାରୁ ଦୂରରେ ରହିବୁ। ସାଙ୍ଗ କାରଣ ପଚାରିଥିଲେ। ଯୁବରାଜ କହିଥିଲେ, ଏହି ଝିଅକୁ ମୁଁ ବାହାହେବି। ଏହି ଘଟଣାର କିଛି ଦିନ ପରେ ହେଜଲ ଯୁବରାଜଙ୍କ ସହ ଫେସବୁକ୍‌ରେ ଫ୍ରେଣ୍ଡ ହୋଇଥିଲେ। ୩ ବର୍ଷ ପରେ ବନ୍ଧୁ କରିଥିବାରୁ ଧନ୍ୟବାଦ ବୋଲି ଯୁବରାଜ ପ୍ରତିକ୍ରିୟା ଦେଇଥିଲେ।

Share