ଗିରଫ ହେଲେ ଏହି ଅଭିନେତ୍ରୀ

ଅଭିନେତ୍ରୀ ଯୁବିକା ଚୌଧୁରୀଙ୍କୁ ହରିୟାଣା ପୋଲିସ ଏକ ଅପମାନଜନକ ମନ୍ତବ୍ୟ ମାମଲାରେ ଗିରଫ କରିଛି। ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା। ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଶେୟାର ହୋଇଥିବା ଏହି ଭିଡିଓ ଯୋଗୁ ତାଙ୍କୁ ବହୁତ ଟ୍ରୋଲ କରାଯାଇଥିଲା। ଯୁବିକା ଏହି ଭିଡିଓରେ ଜାତିଗତ ଶବ୍ଦ ବ୍ୟବହାର କରିଥିଲେ। ଏହା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ସୋମବାର ତାଙ୍କୁ ଗିରଫ କରିଥିଲା।
ସୂଚନାନୁସାରେ, ପୋଲିସ ତିନି ଘଣ୍ଟା ଧରି ପଚରାଉଚରା କରିବା ପରେ ଯୁବିକାଙ୍କୁ ଅନ୍ତରୀଣ ଜାମିନରେ ଛାଡି ଦେଇଛି। ସେ ଅନୁସୂଚିତ ଜାତି ବିରୋଧରେ ଅପମାନଜନକ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଗତ ମେ ମାସରେ ସେ ଏହି ମନ୍ତବ୍ୟ ଦେଇଥିଲେ, ଯାହା ପରେ ବହୁ ଅସନ୍ତୋଷ ଦେଖାଦେଇଥିଲା। ଏହି ମାମଲାରେ ଏସସି/ଏସଟି ଆକ୍ଟ ଅନୁଯାୟୀ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଯୁବିକାଙ୍କ ବିରୋଧରେ ଦଲିତ ଅଧିକାର କର୍ମୀ ରଜତ କଲସାନ ଏକ ମାମଲା ରୁଜୁ କରିଥିଲେ।

Share