Categories: ଜାତୀୟ

Video: କଂଗ୍ରେସ ତାଙ୍କ ଯୁବରାଜଙ୍କୁ ଷ୍ଟାର୍ଟଅପ୍‌ ଭାବେ ଲଞ୍ଚ କରିଛି, ହେଲେ ଯୁବରାଜ ମୂଳରୁ ଷ୍ଟାର୍ଟ ହେଉନାହାନ୍ତି: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୭।୨: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ସମ୍ବୋଧନ କରି ନାଁ ନନେଇ ରାହୁଲ ଗାନ୍ଧିଙ୍କୁ କଟାକ୍ଷ କରିଛନ୍ତି। କଂଗ୍ରେସ ଏବେ ସେମାନେ ତାଙ୍କ ଯୁବରାଜଙ୍କୁ ଏକ ଷ୍ଟାର୍ଟଅପ୍‌ ଦେଇଛନ୍ତି। ହେଲେ ଯୁବରାଜ ଲିଫ୍ଟ ହେଉଛନ୍ତି ନା ଲଞ୍ଚ ହେଉଛନ୍ତି, ଯୁବରାଜ ମୂଳରୁ ଷ୍ଟାର୍ଟ ହେଉନାହାନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ଏଥିସହ ବିଭିନ୍ନ ବିଷୟ ନେଇ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଆଦିବାସୀ ରାଷ୍ଟ୍ରପତିଙ୍କୁ ବିରୋଧ କରିଛି , ରାଷ୍ଟ୍ରପତିଙ୍କୁ ଅପମାନିତ କରିବାକୁ ବି କଂଗ୍ରେସ ପଛାଇନି। ପ୍ରଥମ ଥର ପାଇଁ ଏନ୍‌ଡିଏ ଜଣେ ଆଦିବାସୀ ଝିଅକୁ ରାଷ୍ଟ୍ରପତି ପ୍ରାର୍ଥୀ କଲା, କୌଣସି ବୈଚାରିକ ବିରୋଧ ପାଇଁ ବିରୋଧ କରିଥିଲେ ଚଳିଥାନ୍ତା, କିନ୍ତୁ ବିନା ବୈଚାରିକତାରେ ଆଦିବାସୀ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିରୋଧ ହେଲା।

ତେବେ ଭାଜପା ଆଗାମୀ ୫ ବର୍ଷରେ ଭାରତ ବିକାଶର ଶିଖରରେ ପହଞ୍ଚାଇବ। ସଂକଳ୍ପରୁ ସିଦ୍ଧି ଯାଏଁ ପହଞ୍ଚାଇବା ମୋ କାର୍ଯ୍ୟଶୈଳୀର ଅଂଶବିଶେଷ । ଯାହାର ଗ୍ୟାରେଣ୍ଟିର ତାକତ ଦେଖିଛି, ଦେଶ ତା କଥା ହିଁ ଶୁଣିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହାବ୍ୟତୀତ ସଂଘୀୟ ଶାସନ ବ୍ୟବସ୍ଥାରେ ରାଜ୍ୟମାନଙ୍କ ବିକାଶ ଆମର ମୂଳ ଲକ୍ଷ୍ୟ। ରାଜ୍ୟର ବିକାଶ ହେଲେ ହିଁ ଦେଶର ବିକାଶ ସମ୍ଭବ। ଏଥିପାଇଁ ଏନଡିଏ ସରକାର ରାଜ୍ୟମାନଙ୍କର ବିକାଶ ପାଇଁ ସର୍ବଦା ପ୍ରାଥମିକତା ଦେଇ ଆସିଛି। ଯାହାର ଉଦାହରଣ ହେଉଛି ବିଭିନ୍ନ ରାଜ୍ୟରେ ଜି-୨୦ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀ କରାଯାଇଛି।

Share