ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ଅଛନ୍ତି ଯେଉଁମାନେ ବଲିଉଡ୍ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି। ଏମିତି ଏକ ଯୋଡି ହେଲେ ଯୁବରାଜ ସିଂହ ଏବଂ ହେଜଲ କିଚ୍। ଏହି ଯୋଡିଙ୍କ ବିବାହକୁ ଇତିମଧ୍ୟରେ ୪ ବର୍ଷ ହୋଇଯାଇଛି। ଯୁବରାଜ-ହେଜଲଙ୍କ ବିବାହ ବିର୍ଷିକୀ ଅବସରରେ ତାଙ୍କର ପ୍ରେମକାହାଣୀ ବିଷୟରେ ଜାଣିବା।
ଏହି ଯୋଡିଙ୍କ ସାକ୍ଷାତ ଏକ ଜନ୍ମଦିନ ପାର୍ଟିରେ ହୋଇଥିଲା। ହେଜଲଙ୍କ ହସ ଏବଂ ମେଳାପୀ ସ୍ବଭାବ ଦେଖିବା ପରେ ଯୁବରାଜ ତାଙ୍କ ପ୍ରେମରେ ପଡ଼ିଯାଇଥିଲେ। ତେଣୁ ଏହି ଜନ୍ମଦିନ ପାର୍ଟି ଶେଷ ହେବା ପରେ ଯୁବରାଜ ହେଜଲଙ୍କୁ ଦେଖା କରିଥିଲେ। ଫିଲ୍ମ ‘ବଡିଗାର୍ଡ’ରେ ତାଙ୍କ ଅଭିନୟକୁ ପ୍ରଶଂସା ମଧ୍ୟ କରିଥିଲେ। ମାତ୍ର ହେଜଲ ଯୁବରାଜଙ୍କୁ ସେତେଟା ପ୍ରାଥମିକତା ଦେଇ ନ ଥିଲେ। ଖାଲି ସେତିକି ନୁହେଁ, ଯୁବରାଜ ୭/୮ଥର ହେଜଲଙ୍କୁ କଫି ପିଇବା ପାଇଁ ଯିବାକୁ କହିଥିଲେ। ମାତ୍ର ହେଜଲ ତାଙ୍କ କଥାକୁ ଗୁରୁତ୍ୱ ଦେଉ ନ ଥିଲେ। ଏଥିରେ ଯୁବରାଜ ବିରକ୍ତ ହୋଇଯାଇଥିଲେ। ଏହାର ପ୍ରାୟ ୩ ବର୍ଷ ପରେ ଅର୍ଥାତ୍ ୨୦୧୪ରେ ଯୁବରାଜ ଫେସ୍ବୁକ୍ରେ ହେଜଲଙ୍କୁ ଫ୍ରେଣ୍ଡ୍ ରିକ୍ୱେଷ୍ଟ ପଠାଇଲେ। ଏହାର ୩ ମାସ ପରେ ହେଜଲ ଆସେପ୍ଟ କରିଥିଲେ। ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ବଢ଼ିଲା ଶେଷରେ ହେଜଲ ଯୁବରାଜଙ୍କୁ ବିବାହ ପାଇଁ ରାଜି ହୋଇଥିଲେ। ପ୍ରଥମେ ଏହି ଯୋଡିଙ୍କ ବିବାହ ଗୁରୁଦ୍ୱାର ଓ ପରେ ହିନ୍ଦୁ ରୀତିନୀତିରେ ହୋଇଥିଲେ। ଏହି ଯୋଡିଙ୍କ ବିବାହ ୪ ବର୍ଷ ପୂର୍ବେ ଆଜିର ଦିନରେ ହୋଇଥିଲା।