Categories: ଖେଳ

୪୨ ବର୍ଷର ହେଲେ ଯୁବରାଜ

ନୂଆଦିଲ୍ଲୀ,୧୨।୧୨: ଯଦିଭାରତୀୟ କ୍ରିକେଟ ଦଳର ଇତିହାସରେ ଶ୍ରେଷ୍ଠ ଖେଳାଳିଙ୍କ ତାଲିକା ପ୍ରସ୍ତୁତ କରାଯାଏ, ତେବେ ଯୁବରାଜ ସିଂଙ୍କ ନାମ ନିଶ୍ଚିତ ଭାବେ ଟପ -୫ ରେ ରହିବ। କେବଳ ଗୋଟିଏ ନୁହେଁ ଭାରତ ଦୁଇଟି ବିଶ୍ୱକପ ଜିତିବାରେ ଯୁବରାଜ ସିଂ ଏକ ଗୁରୁତ୍ୱପୂର୍ଣ୍ଣ ତଥା ବିଶେଷ ଭୂମିକା ଗ୍ରହଣ କରିଛନ୍ତି। ଆଜି ଯୁବରାଜ ସିଂଙ୍କୁ ୪୨ ବର୍ଷ ବୟସ ହୋଇଛି ଏବଂ ସେ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି।

ଯୁବରାଜ ସିଂ ୧୨ ଡିସେମ୍ବର ୧୯୮୧ରେ ଜନ୍ମଗ୍ରହଣ କରିଥିଲେ। ପଞ୍ଜାବର ରାଜଧାନୀ ଚଣ୍ଡିଗଡ଼ର ବାସିନ୍ଦା ଯୁବରାଜ ମାତ୍ର ୧୯ବର୍ଷ ବୟସରେ କ୍ରିକେଟରେ ଡେବ୍ୟୁ କରିଥିଲେ। ସେ ପ୍ରଥମେ ୩ଅକ୍ଟୋବର ୨୦୦୦ରେ ନିଜର ଓଡିଆଇ ଡେବ୍ୟୁ କରିଥିଲେ, ଏବଂ ପରେ ୧୬ଅକ୍ଟୋବର ୨୦୦୩ରେ ଟେଷ୍ଟ ଫର୍ମାଟରେ ଡେବ୍ୟୁ କରିଥିବାବେଳେ ତାଙ୍କର ଟି୨୦ ଡେବ୍ୟୁ ୧୩ସେପ୍ଟେମ୍ବର ୨୦୦୭ରେ ହୋଇଥିଲା।
ସେ ଜଣେ ବାମହାତୀ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଥିଲେ, ଯିଏକି ଧଳା ବଲ କ୍ରିକେଟରେ ଦୀର୍ଘ ବର୍ଷ ଧରି ଟିମ ଇଣ୍ଡିଆର ୪ନମ୍ବର ସ୍ଥାନ ଅଧିକାର କରିଥିଲେ। ଏହା ବ୍ୟତୀତ ଯୁବରାଜ ବାମ ହାତ ସ୍ଲୋ ଅର୍ଥଡକ୍ସ ସ୍ପିନ ବୋଲିଂ କରୁଥିଲେ ଏବଂ ତାଙ୍କ ବୋଲିଂ ଆଧାରରେ ସେ ଟିମ ଇଣ୍ଡିଆକୁ ଅନେକ ଥର ବଡ଼ ମ୍ୟାଚ ଜିତିବାରେ ସାହାଯ୍ୟ କରିଥିଲେ।

Share