Categories: ଖେଳ

୬ ବଲ୍‌ରେ ୬ ଛକା…୧୬ ବର୍ଷ ପରେ ରୋମାଞ୍ଚକର ମ୍ୟାଚ୍‌କୁ ମନେପକାଇଲେ ଯୁବରାଜ

ନୂଆଦିଲ୍ଲୀ,୧୯।୯: ଆଜିକୁ ୧୬ ବର୍ଷ ପୂର୍ବେ ଭାରତୀୟ କ୍ରିକେଟର ଯୁବରାଜ ସିଂହ ଗୋଟିଏ ଓଭରର ୬ ବଲ୍‌ରେ ୬ ଛକା ମାରି ରେକର୍ଡ କରିଥିଲେ। ୨୦୦୭ ଆଇସିସି ଟି୨୦ ବିଶ୍ୱକପ୍‌ରେ ଇଂଲଣ୍ଡ ବିପକ୍ଷ ମୁକାବିଲାରେ ସେ ଏହି କାରନାମା କରିଥିଲେ। ତେବେ ପୁରୁଣା ଦିନକୁ ମନେ ପକାଇ ଇନଷ୍ଟାଗ୍ରାମରେ ଯୁବରାଜ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ବାଲୁକାଶିଳ୍ପୀ ଫାଦରଙ୍କ ଏକ ସାଣ୍ଡ ଆର୍ଟ ଦେଖିବାକୁ ମିଳିଛି।
ସାଣ୍ଡ ଆର୍ଟର ଭିଡିଓ ଶେୟାର କରି ଯୁବରାଜ ଲେଖିଛନ୍ତି, ‘ଏହି ଇନିଂସକୁ ଏଭଳି କଳା ମାଧ୍ୟମରେ ଦେଖାଇଥିବାରୁ ଧନ୍ୟବାଦ। ଏହାକୁ ଯଦିଓ ଆପଣ ମୋର ଜନ୍ମଦିନ ଉପଲକ୍ଷେ ପ୍ରସ୍ତୁତ କରିଥିଲେ, ହେଲେ ଆଜି ଏହାକୁ ଶେୟାର କରିବାକୁ ଠିକ୍‌ ସମୟ ବୋଲି ଭାବୁଛି।’ ତେବେ ଭିଡିଓଟିକୁ ଏଯାବତ୨ ଲକ୍ଷରୁ ଅଧିକ ଥର ଦେଖାଯାଇସାରିଛି। ଏହାକୁ ଯୁବରାଜଙ୍କ ପ୍ରଶଂସକ ବେଶ ପସନ୍ଦ କରୁଛନ୍ତି।
ଆପଣ ବି ଦେଖନ୍ତୁ:
Share