ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଯୁବରାଜ ସିଂ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଏବଂ କ୍ରିକେଟରଙ୍କ ମଧ୍ୟରେ ସମ୍ପର୍କ କଛି ନୂଆ କଥା ନୁହେଁ। ବଲିଉଡ୍‌ ଏବଂ କ୍ରିକେଟ ଦୁନିଆର ଏପରି ଅନେକ ଯୋଡ଼ି ଥିଲେ, ଯାହାଙ୍କ ପ୍ରେମ ସମ୍ପର୍କକୁ ନେଇ ବହୁ ଚର୍ଚ୍ଚା ହୋଇଥିଲା। ଏହି ଯୋଡ଼ିମାନଙ୍କ ମଧ୍ୟରୁ ଅନେକ ପ୍ରେମରେ ସଫଳତା ପାଇଥିବା ବେଳେ ଆଉ କିଛି ଯୋଡ଼ିଙ୍କ ପ୍ରେମ ଅଧୁରା ରହିଯାଇଛି। ଜାଣନ୍ତୁ ଏହି ଅଧୁରା ପ୍ରେମୀଯୁଗଳଙ୍କ ସମ୍ପର୍କରେ…

ଏକ ସମୟ ଥିଲା ଯେତେବେଳେ ଭାରତୀୟ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ଅଧିକାଂଶ ସମୟରେ ଉଭୟଙ୍କୁ ଏକାଠି ଦେଖିବାକୁ ବି ମିଳୁଥିଲା। ୨୦୦୭ ମସିହାରେ କିମ୍‌ ଶର୍ମାଙ୍କ ସହିତ ବ୍ରେକଅପ୍‌ ପରେ ଯୁବରାଜ ଏବଂ ଦୀପିକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କର ଗୁଜବ ଶୁଣିବାକୁ ମିଳିଥିଲା। କିନ୍ତୁ ସେମାନଙ୍କ ପ୍ରେମ କାହାଣୀ ବେଶି ଦିନ ତିଷ୍ଠି ନ ଥିଲା। କିଛିଦିନ ପରେ ଖବର ଆସିଥିଲା ଦୁହିଁଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଯାଇଛି। ପରେ ଦୀପିକା ରଣବୀର ସିଂଙ୍କ ପ୍ରେମରେ ପଡ଼ିଥିଲେ। ଏବେ ତାଙ୍କୁ ବିବାହ କରି ଖୁସିରେ ଜୀବନ ବିତାଉଛନ୍ତି। ସେହିପରି ଯୁବରାଜ ସିଂ ମଧ୍ୟ ହାଜେଲ କିଚ୍‌ଙ୍କୁ ବିବାହ କରିଛନ୍ତି।