Categories: ଖେଳ

ଯୁବରାଜଙ୍କ ନୂଆ ଲୁକ୍‌କୁ ଦେଖି ପୂର୍ବତନ ପ୍ରେମିକା ଦେଲେ ଏଭଳି ପ୍ରତିକ୍ରିୟା

କ୍ରିକେଟ ପଡ଼ିଆରେ ଆମେ ବହୁତ ଥର ସିକ୍ସର କିଙ୍ଗ୍‌ ଯୁବରାଜ ସିଂହଙ୍କୁ ୪/୬ ମାରିବାର ଦେଖିଛୁ। କିନ୍ତୁ ତାଙ୍କର ନୂଆ ଲୁକ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲମ୍ବା କେଶ ଏବଂ ଆଖିରେ ହଳଦିଆ ରଙ୍ଗର ଚଷମା ଲଗାଇଥିବା ଯୁବରାଜ କୌଣସି ରକ୍‌ଷ୍ଟାରଠାରୁ କମ୍‌ ଦେଖାଯାଉ ନାହାନ୍ତି। ଏହି ଷ୍ଟାଇଲକୁ ଦେଖି ତାଙ୍କର ପୂର୍ବତନ ପ୍ରେମିକା ମଧ୍ୟ ନିଜକୁ ରୋକିପାରି ନାହାନ୍ତି। ଖାଲି ସେତିକି ନୁହେଁ ତାଙ୍କର ବନ୍ଧୁ ଏବଂ ଅନେକ କ୍ରିକେଟର ମଧ୍ୟ ଏହି ଲୁକ୍‌କୁ ଦେଖି ମଜାଳିଆ କମେଣ୍ଟ କରିଛନ୍ତି।
ଲୋକପ୍ରିୟ ହେୟାର ଷ୍ଟାଇଲିଷ୍ଟ ଆଲିମ ହକିମ ଯୁବିଙ୍କ ଏହି ହେୟାରଷ୍ଟାଇ ସେଟ୍‌ କରିଛନ୍ତି। ଯୁବରାଜ ତାଙ୍କର ଏହି ନୂଆ ଲୁକ୍‌ର ଫଟୋକୁ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରି ଲେଖିଛନ୍ତି, ନୂଆ ଲୁକ୍‌ କିପରି ଲାଗୁଛି।
ଯୁବିଙ୍କ ଏହି ଫଟୋରେ ଭାରତୀୟ ଦଳର ଗବ୍ବର ଶିଖର ଧାଓ୍ବନ କମେଣ୍ଟକରି ଲେଖିଛନ୍ତି, ପାଜି ପୂରା ବାଦ୍‌ଶାହା ଲାଗୁଛନ୍ତି। ସେହିପରି ଇରଫାନ ପଠାନ ଲେଖିଛନ୍ତି ବୟ ବାଦ୍‌ଶାହା। ଯୁବରାଜଙ୍କ ପୂର୍ବତନ ପ୍ରେମିକା କିମ୍‌ ଶର୍ମା ପ୍ରତିକ୍ରିୟା ଦେଇ ମୁହଁ ବନ୍ଦ ଥିବା ଇମୋଜି ଶେୟାର କରିଛନ୍ତି।

Share